ନୂଆଦିଲ୍ଲୀ,୩୧/୦୭: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳୁଛି ଭାରତ । ଗୁଜରାଟ ଏକତା ନଗର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବ୍ୟ ପରେଡ୍ର ଆୟୋଜନ ହୋଇଛି । ଦେଶର ଏକତା ପାଇଁ ଦେଶବାସୀଙ୍କୁ ଶପଥ କରାଇଛନ୍ତି ପ୍ରଧାନମନ୍ତ୍ରୀ । ଏକତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହିତ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ କୌଣସି ବୁଝାମଣା ହେବନାହିଁ । ଆକ୍ରମଣର ପ୍ରତିବାଦରେ ପ୍ରତିଥର କଡ଼ା ଜବାବ ଦେଇଛି ଭାରତ । ୨୦୧୪ ପରେ ନକ୍ସଲବାଦ ଉପରେ ପ୍ରଚଣ୍ଡ ପ୍ରହାର ହୋଇଛି ବୋଲି ଏକତା ଦିବସରେ ବାର୍ତ୍ତା ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ ।
#WATCH | Ekta Nagar, Gujarat | On Rashtriya Ekta Diwas, Prime Minister Narendra Modi says, "...Since 2014, our government has dealt a decisive and powerful blow to Naxalism and Maoist terrorism..."
— ANI (@ANI) October 31, 2025
(Source: DD News) pic.twitter.com/S6t1LKxAZH
ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''କଂଗ୍ରେସ କେବଳ ବ୍ରିଟିଶଙ୍କଠାରୁ ତାର ଦଳ ଏବଂ କ୍ଷମତା ପାଇନଥିଲା, ବରଂ ଗୁଲାମି ମାନସିକତାକୁ ମଧ୍ୟ ଆତ୍ମସାତ କରିଥିଲା । କିଛି ଦିନ ପରେ, ଆମ ଜାତୀୟ ଗୀତ 'ବନ୍ଦେ ମାତରମ୍', ୧୫୦ତମ ବାର୍ଷିକୀ ପାଳନ କରିବ । ୧୯୦୫ରେ ବ୍ରିଟିଶମାନେ ବଙ୍ଗଳାକୁ ବିଭାଜନ କରିଥିଲେ, ସେତେବେଳେ ବନ୍ଦେ ମାତରମ୍ ପ୍ରତିବାଦରେ ପ୍ରତ୍ୟେକ ନାଗରିକଙ୍କ ସ୍ୱର ପାଲଟିଥିଲା । 'ବନ୍ଦେ ମାତରମ୍' ଦେଶର ଏକତା ଏବଂ ଏକଜୁଟତାର ସ୍ୱର ପାଲଟିଥିଲା । ବ୍ରିଟିଶମାନେ ବନ୍ଦେ ମାତରମ୍ କହିବାକୁ ବ୍ୟାନ କରିବାକୁ ଚେଷ୍ଟା କରିଥିଲା ହେଲେ ସଫଳ ହୋଇନଥିଲା । ବନ୍ଦେ ମାତରମ୍ ଗୀନ ଭାରତର ପ୍ରତ୍ୟେକ କୋଣରେ ପ୍ରତିଧ୍ୱନିତ ହୋଇ ଚାଲିଛି । କିନ୍ତୁ ବ୍ରିଟିଶମାନେ ଯାହା କରିବାରେ ବିଫଳ ହୋଇଥିଲେ, କଂଗ୍ରେସ ତାହା କରିଛି । କଂଗ୍ରେସ ଧାର୍ମିକ ଆଧାରରେ ବନ୍ଦେ ମାତରମ୍ର ଏକ ଅଂଶକୁ ହଟାଇ ଦେଇଥିଲା । କଂଗ୍ରେସ ସମାଜକୁ ବିଭାଜିତ କରିଛି ଏବଂ ବ୍ରିଟିଶ ଏଜେଣ୍ଡାକୁ ଆଗକୁ ବଢାଇଛି । ଯେଉଁଦିନ କଂଗ୍ରେସ 'ବନ୍ଦେ ମାତରମ୍' ଭାଙ୍ଗିବା, ବିଭାଜନ କରିବାକୁ ନିଷ୍ପତ୍ତି ନେଇଥିଲା, ସେହି ଦିନ ଭାରତର ବିଭାଜନର ମୂଳଦୁଆ ପକାଇଥିଲା । ଯଦି କଂଗ୍ରେସ ସେହି ପାପ କରିନଥାନ୍ତା, ତେବେ ଆଜି ଭାରତର ଚିତ୍ର ଭିନ୍ନ ହୋଇଥାନ୍ତା । ଆମେ ମୁଲାୟମ ଏବଂ ପ୍ରଣବଙ୍କୁ ସମ୍ମାନ ଦେଇଛୁ ହେଲେ କଂଗ୍ରେସ ଆମ୍ବେଦକରଙ୍କୁ ଅସମ୍ମାନ କରିଛି "
#WATCH | Ekta Nagar, Gujarat | On Rashtriya Ekta Diwas, Prime Minister Narendra Modi says, "By breaking the shackles of Article 370, Kashmir has today joined the mainstream. Today, even Pakistan and the masterminds of terrorism have realized the true power of this country. During… pic.twitter.com/1c9NJ74TW0
— ANI (@ANI) October 31, 2025
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ମୁଁ ଲାଲକିଲ୍ଲାରୁ ଡେମୋଗ୍ରାଫି ମିଶନ ଘୋଷଣା କରିଥିଲି। କିନ୍ତୁ ଆଜି, ଯେତେବେଳେ ଆମେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଉଛୁ, କିଛି ଲୋକ ଜାତୀୟ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେମାନେ ଅନୁପ୍ରବେଶକାରୀଙ୍କ ଅଧିକାର ସୁରକ୍ଷିତ କରିବା ପାଇଁ ଏକ ରାଜନୈତିକ ଯୁଦ୍ଧ କରୁଛନ୍ତି । କଂଗ୍ରେସ ପାଇଁ ଜାମ୍ମୁକାଶ୍ମୀରର କିଛି ଅଂଶ ପାକିସ୍ତାନ କବଜାକୁ ଯାଇଛି । ଆଜି କାଶ୍ମୀର ଧାରା ୩୭୦କୁ ଭାଙ୍ଗି ସମ୍ପୂର୍ଣ୍ଣ ରୂପେ ମୁଖ୍ୟ ଧାରାରେ ଯୋଡ଼ି ହୋଇଛି । ଆଜି ପାକିସ୍ତାନ ଓ ଆତଙ୍କବାଦର ମାଷ୍ଟରମାଇଣ୍ଡଙ୍କୁ ଜଣାଅଛି କି ଭାରତର ଅସଲ ଶକ୍ତି କଣ ? ଅପରେସନ୍ ସିନ୍ଦୂରରେ ପୁରା ଦୁନିଆ ଦେଖିଲା ଆଜି ଯଦି କିଏ ଭାରତ ଉପରେ ଆଖି ପକାଇବ ତେବେ ସେ ଘରେ ପଶି ମାରିବ । ସବୁବେଳେ ଭାରତର ଜବାବ ପୂର୍ବପେକ୍ଷା ବଡ଼ ଏବଂ ନିର୍ଣ୍ଣାୟକ । ଭାରତର ଶତ୍ରୁଙ୍କ ପାଇଁ ଏହା ସନ୍ଦେଶ କି ଏହା ଲୌହ ପୁରୁଷ ସର୍ଦ୍ଦାର ପଟେଲଙ୍କ ଦେଶ । ସୁରକ୍ଷା ଓ ସମ୍ମାନ ପାଇଁ କେବେ ବୁଝାମଣା କରିବ ନାହିଁ । ଆଜି, ଆମ ଦେଶର ଏକତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅନୁପ୍ରବେଶକାରୀଙ୍କଠାରୁ ଏକ ଗମ୍ଭୀର ବିପଦର ସମ୍ମୁଖୀନ ହେଉଛି । ଦଶନ୍ଧି ଧରି, ବିଦେଶୀ ଅନୁପ୍ରବେଶକାରୀମାନେ ଆମ ଦେଶରେ ପ୍ରବେଶ କରୁଛନ୍ତି । ପୂର୍ବ ସରକାରଗୁଡ଼ିକ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରିଥିଲେ । ସମସ୍ୟା ପ୍ରତି ଆଖି ବୁଜି ଦେଇଥିଲେ । ଭୋଟ-ବ୍ୟାଙ୍କ ରାଜନୀତି ପଛରେ, ସେମାନେ ଜାଣିଶୁଣି ଜାତୀୟ ସୁରକ୍ଷା ସହିତ ବୁଝାମଣା କରିଥିଲେ। ପ୍ରଥମ ଥର ପାଇଁ, ଦେଶ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଏହାର ଅଖଣ୍ଡତାକୁ ରକ୍ଷା କରିବା ପାଇଁ ଏକ ଦୃଢ଼ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଇଛି । "