ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସଂସଦର ଶୀତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭୋଧନ, କହିଲେ ଆଶା କରୁଛି ଫଳପ୍ରଦ ଆଲୋଚନା ହେବ

Published By : Ankita S | November 25, 2024 11:33 AM

ନୂଆଦିଲ୍ଲୀ,୨୫/୧୧: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଡିସେମ୍ବର ୨୦ ଯାଏ ଅଧିବେଶନ ଚାଲିବ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ । ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ଲୋକ ସେମାନଙ୍କ ରାଜନୈତିକ ସ୍ବାର୍ଥ ପାଇଁ ସେମାନେ ସଂସଦକୁ ନିୟନ୍ତ୍ରଣକୁ ନେବାକୁ ପ୍ରୟାସ କରୁଛନ୍ତି । ସଂସଦର ଶୀତ ଅଧିବେଶନରେ ଗୃହରେ ଏକ ଫଳପ୍ରଦ, ଗଠନମୂଳକ ବିତର୍କ ଓ ଆଲୋଚନା ହେବ ବୋଲି ମୁଁ ଆଶା କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଶୀତ ଅଧିବେଶନ ଆଶା କରୁଛି ମାହୋଲ ଥଣ୍ଡା ରହିବ । ୨୦୨୪ର ଅନ୍ତିମ ଦିବସ ଚାଲୁଛି । ଦେଶ ଉତ୍ସାହର ସହ ୨୦୨୫ ସ୍ବାଗତରେ ଲାଗିଛନ୍ତି । ସଂସଦର ଏହି ଅଧିବେଶନ ବିଭିନ୍ନ ଦିଗରୁ ବିଶେଷ ରହିଛି । ସମ୍ବିଧାନ ନିର୍ମାତା ଏହାର ନିର୍ମାଣ ସମୟରେ ଗୋଟିଏ ଗୋଟିଏ ବିନ୍ଦୁ ଉପରେ ବିସ୍ତାର ଆଲୋଚନା କରିଥିଲେ । ତେବେ ଯାଏ ଏକ ଉତ୍ତର ଦସ୍ତାବିଜ ଆମକୁ ପ୍ରାପ୍ତ ହୋଇଥିଲା । ସଂସଦ ଓ ସାଂସଦ ଉଭୟ ଗୁରୁତ୍ବପୂରର୍ଣ୍ଣ । ପାର୍ଲାମେଣ୍ଟରେ ସୁସ୍ଥ ଚର୍ଚ୍ଚା, ଅଧିକରୁ ଅଧିକ ଲୋକ ଆଲୋଚନାରେ ଯୋଗଦାନ କରନ୍ତୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦୁର୍ଭାଗ୍ୟବସତଃ କିଛି ଲୋକ ଯେଉଁମାନଙ୍କୁ ଜନତା ପସନ୍ଦ କରିନାହାନ୍ତି ବାରମ୍ବାର ରିଜେକ୍ଟ କରିଛନ୍ତି ସେମାନେ ସଂସଦକୁ ନିଜ ହାତ ମୁଠାକୁ ନେବାକୁ ଲଗାତାର ପ୍ରୟାସ କରୁଛନ୍ତି । ସଂସଦର ଗତିବିଧିକୁ ରୋକିବାକୁ ଚାହୁଁଛନ୍ତି । ସମୟ ଆସିଲେ ଲୋକ ସେମାନଙ୍କୁ ଦଣ୍ଡ ଦେଉଛନ୍ତି । ସଂସଦରେ ନୂଆ ସାଂସଦଙ୍କୁ କହିବାକୁ ଦିଆଯାଉନାହିଁ । ଲୋକତନ୍ତ୍ରର କାମ ହେଉଛି ନୂଆ ପୀଢୀଙ୍କୁ ପ୍ରସ୍ତୁତ କରିବା । ହେଲେ ସେମାନେ କିଛି କରିବାକୁ ଦେଉନାହାନ୍ତି । ଲୋକଙ୍କ ଦାୟିତ୍ବକୁ ବୁଝନ୍ତିନାହିଁ । ତେଣୁ ଜନତା ତାଙ୍କୁ ବାରମ୍ବାର ରିଜେକ୍ଟ କରୁଛି । ୨୦୨୪ ନିର୍ବାଚନ ପରେ ଦେଶବାସୀଙ୍କୁ ନିଜ କଥା କରିବାର ଅବସର ମିଳିଛି । ଜନତାଙ୍କୁ ଆଶାର ସମ୍ମାନ ଦେବା ଲୋକତନ୍ତ୍ରର ଉଦ୍ଦେଶ୍ୟ । ବିରୋଧୀଙ୍କୁ ମୁଁ ଏହା ଅନୁରୋଧ କରେ । ଆଶା କରୁଛି ନୂଆ ସାଂସଦଙ୍କୁ ସୁଯୋଗ ମିଳୁ । ଆଶା କରୁଛି ଏହି ଅଧିବେଶନ ଫଳପ୍ରଦ ହେବ । ନୂଆ ବିଚାକୁ ସ୍ବାଗତ କରୁୁ ଏହି ଅଧିବେଶନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.