ନୂଆଦିଲ୍ଲୀ,୨୫/୧୧: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଡିସେମ୍ବର ୨୦ ଯାଏ ଅଧିବେଶନ ଚାଲିବ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ । ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ଲୋକ ସେମାନଙ୍କ ରାଜନୈତିକ ସ୍ବାର୍ଥ ପାଇଁ ସେମାନେ ସଂସଦକୁ ନିୟନ୍ତ୍ରଣକୁ ନେବାକୁ ପ୍ରୟାସ କରୁଛନ୍ତି । ସଂସଦର ଶୀତ ଅଧିବେଶନରେ ଗୃହରେ ଏକ ଫଳପ୍ରଦ, ଗଠନମୂଳକ ବିତର୍କ ଓ ଆଲୋଚନା ହେବ ବୋଲି ମୁଁ ଆଶା କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଶୀତ ଅଧିବେଶନ ଆଶା କରୁଛି ମାହୋଲ ଥଣ୍ଡା ରହିବ । ୨୦୨୪ର ଅନ୍ତିମ ଦିବସ ଚାଲୁଛି । ଦେଶ ଉତ୍ସାହର ସହ ୨୦୨୫ ସ୍ବାଗତରେ ଲାଗିଛନ୍ତି । ସଂସଦର ଏହି ଅଧିବେଶନ ବିଭିନ୍ନ ଦିଗରୁ ବିଶେଷ ରହିଛି । ସମ୍ବିଧାନ ନିର୍ମାତା ଏହାର ନିର୍ମାଣ ସମୟରେ ଗୋଟିଏ ଗୋଟିଏ ବିନ୍ଦୁ ଉପରେ ବିସ୍ତାର ଆଲୋଚନା କରିଥିଲେ । ତେବେ ଯାଏ ଏକ ଉତ୍ତର ଦସ୍ତାବିଜ ଆମକୁ ପ୍ରାପ୍ତ ହୋଇଥିଲା । ସଂସଦ ଓ ସାଂସଦ ଉଭୟ ଗୁରୁତ୍ବପୂରର୍ଣ୍ଣ । ପାର୍ଲାମେଣ୍ଟରେ ସୁସ୍ଥ ଚର୍ଚ୍ଚା, ଅଧିକରୁ ଅଧିକ ଲୋକ ଆଲୋଚନାରେ ଯୋଗଦାନ କରନ୍ତୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦୁର୍ଭାଗ୍ୟବସତଃ କିଛି ଲୋକ ଯେଉଁମାନଙ୍କୁ ଜନତା ପସନ୍ଦ କରିନାହାନ୍ତି ବାରମ୍ବାର ରିଜେକ୍ଟ କରିଛନ୍ତି ସେମାନେ ସଂସଦକୁ ନିଜ ହାତ ମୁଠାକୁ ନେବାକୁ ଲଗାତାର ପ୍ରୟାସ କରୁଛନ୍ତି । ସଂସଦର ଗତିବିଧିକୁ ରୋକିବାକୁ ଚାହୁଁଛନ୍ତି । ସମୟ ଆସିଲେ ଲୋକ ସେମାନଙ୍କୁ ଦଣ୍ଡ ଦେଉଛନ୍ତି । ସଂସଦରେ ନୂଆ ସାଂସଦଙ୍କୁ କହିବାକୁ ଦିଆଯାଉନାହିଁ । ଲୋକତନ୍ତ୍ରର କାମ ହେଉଛି ନୂଆ ପୀଢୀଙ୍କୁ ପ୍ରସ୍ତୁତ କରିବା । ହେଲେ ସେମାନେ କିଛି କରିବାକୁ ଦେଉନାହାନ୍ତି । ଲୋକଙ୍କ ଦାୟିତ୍ବକୁ ବୁଝନ୍ତିନାହିଁ । ତେଣୁ ଜନତା ତାଙ୍କୁ ବାରମ୍ବାର ରିଜେକ୍ଟ କରୁଛି । ୨୦୨୪ ନିର୍ବାଚନ ପରେ ଦେଶବାସୀଙ୍କୁ ନିଜ କଥା କରିବାର ଅବସର ମିଳିଛି । ଜନତାଙ୍କୁ ଆଶାର ସମ୍ମାନ ଦେବା ଲୋକତନ୍ତ୍ରର ଉଦ୍ଦେଶ୍ୟ । ବିରୋଧୀଙ୍କୁ ମୁଁ ଏହା ଅନୁରୋଧ କରେ । ଆଶା କରୁଛି ନୂଆ ସାଂସଦଙ୍କୁ ସୁଯୋଗ ମିଳୁ । ଆଶା କରୁଛି ଏହି ଅଧିବେଶନ ଫଳପ୍ରଦ ହେବ । ନୂଆ ବିଚାକୁ ସ୍ବାଗତ କରୁୁ ଏହି ଅଧିବେଶନ ।