କେରଳ ମନ୍ଦିରରେ ପୂଜା କରିବା ପରେ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ତ୍ରିଶୁର ୮ା୬: ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କେରଳର ତ୍ରିଶୁର ଜିଲ୍ଲାରେ ଥିବା ଗୁରୁବୟୁର ଶ୍ରୀକୃଷ୍ଣ ମନ୍ଦିରରେ ପୂଜା କରିଛନ୍ତି ଓ ଗୋଟାଏ ସାଧାରଣ ସଭାରେ ଭାଷଣ ଦେଇଛନ୍ତି। ଏହା ପରେ ସେ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତରେ ଯିବେ। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ।

ଗତ ରାତିରେ ପ୍ରଧାନମନ୍ତ୍ରୀ ମୋଦୀ କୋଚିରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ୍ ଏବଂ କେରଳର ରାଜ୍ୟପାଳ ଜଷ୍ଟିସ୍ ପି. ସାତଶିବମ୍ ତାଙ୍କୁ ପାଛୋଟି ନେଇଥିଲେ।
ପୂର୍ବାହ୍ନ ୧୦ଟା ପରେ ସେ ଗୁରୁବୟୁର ମନ୍ଦିରରେ ପ୍ରାର୍ଥନା କରିବା ପରେ ୧୧: ୩୦ ମିନିଟ ସମୟରେ ପ୍ରଥମ ଥର ପାଇଁ କେରଳରେ ବିଜେପି କର୍ମୀଙ୍କ ଦ୍ୱାରା ଆୟୋଜିତ ଅଭିନନ୍ଦନ ସଭାରେ ସଭାରେ ଭାଷଣ ଦେଇଛନ୍ତି।

ଅପରାହ୍ଣ ୩ଟା ବେଳେ ସେ ମାଳଦ୍ୱୀପର ରାଜଧାନୀରେ ପହଞ୍ଚିବା ପରେ ସେଠାକାର ରିପବ୍ଲିକ୍ ସ୍କୋୟାର୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ।