ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହରିୟାଣାରେ ବିଜୟ ପରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମୋଦି

Published By : Anindita Ratha | October 9, 2024 8:33 AM

ନୂଆଦିଲ୍ଲୀ,୦୯/୧୦: ହରିୟାଣାରେ ଲଗାତାର ତୃତୀୟଥର ପାଇଁ ବିଜୟ ହାସଲ କରିଛି ବିଜେପି। ଯାହାକୁ ନେଇ ବିଜେପି ଦିଲ୍ଲୀ ସ୍ଥିତ ତା'ର ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରିଛି ବିଜୟୋତ୍ସବ।  ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ  ସାମିଲ ହୋଇଥିଲେ। ଏହି ଅବସରରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି ଯେ , ନବରାତ୍ରର ପବିତ୍ର ଦିନରେ ହରିୟାଣାରେ ଆମେ ବିଜୟ ହାସଲ କଲୁ। ହରିୟାଣାରେ ସବୁ ବର୍ଗର ଲୋକେ ଆମକୁ ଭୋଟ୍ ଦେଲେ। ହରିୟାଣାର ବିଜୟ ଦଳୀୟ କର୍ମକର୍ତ୍ତାଙ୍କ କଠିନ ପରିଶ୍ରମର ଫଳ। ହରିୟାଣାରେ ମିଥ୍ୟା ଉପରେ ବିକାଶର ବିଜୟ ହୋଇଛି। ହରିୟାଣାରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳେ। କିନ୍ତୁ ଏଥର ହରିୟାଣାରେ ଯାହା ହୋଇଛି, ପୂର୍ବରୁ ହୋଇ ନଥିଲା। ବିଜେପିକୁ ଲଗାତାର ତୃତୀୟ ଥର ନିର୍ବାଚିତ କରି ଇତିହାସ ରଚିଛନ୍ତି ହରିୟାଣାର ଲୋକେ। ବିକାଶର ମୁଦ୍ଦା ଉପରେ ଲୋକେ ଆମକୁ ତୃତୀୟ ଥର ଜିତାଇଛନ୍ତି। ଗୁଜରାଟ ଓ ମଧ୍ୟପ୍ରଦେଶରେ ୨ ଦଶନ୍ଧିରୁ ବିଜେପିର ସରକାର ରହିଛି। ଯେଉଁଠି ବିଜେପି ସରକାର ହୁଏ, ଲୋକେ ଦୀର୍ଘ ବର୍ଷ ଧରି ସମର୍ଥନ କରନ୍ତି। ଜନତା କଂଗ୍ରେସ ପାଇଁ ନୋ ଏଣ୍ଟ୍ରିର ବୋର୍ଡ ଲଗାଇ ଦେଇଛନ୍ତି। ଜାତି ନାଁରେ କଂଗ୍ରେସ ବିଷ ବୁଣୁଛି। ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର କରିଛି କଂଗ୍ରେସ। ଅରାଜକତା ସୃଷ୍ଟି କରି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛି କଂଗ୍ରେସ।

 କିନ୍ତୁ ହରିୟାଣାରେ ଚାଷୀମାନେ କଂଗ୍ରେସକୁ ଉଚିତ୍ ଜବାବ ଦେଲେ। ଯୁବକଙ୍କୁ ବି କଂଗ୍ରେସ ଉସୁକାଇଥିଲା, ସେମାନେ ଉଚିତ୍ ଶିକ୍ଷା ଦେଲେ। ଆଜିର ଫଳାଫଳରୁ ସ୍ପଷ୍ଟ ହୋଇଛି, କଂଗ୍ରେସ ଏବେ ପରଜୀବୀ ପାର୍ଟି। ନିଜ ସହଯୋଗୀ ଦଳକୁ ନିଶ୍ଚିହ୍ନ କରିଦିଏ କଂଗ୍ରେସ। କଂଗ୍ରେସ ଦେଶର ଛବିକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚୁଛି। ନ୍ୟାୟପାଳିକା, ନିର୍ବାଚନ ଆୟୋଗ ସମସ୍ତଙ୍କୁ ବଦନାମ କରିଥାଏ। ଏଭଳି ଅନୁଷ୍ଠାନଗୁଡ଼ିକର ନିରପେକ୍ଷତା ଉପରେ କଳଙ୍କ ଲଗାଇଥାଏ କଂଗ୍ରେସ। ତେମୁ ଜାମ୍ମୁ କାଶ୍ମୀର ନିର୍ବାଚନ ନିଶ୍ଚିତ ଐତିହାସିକ ବୋଲି ମୋଦି କହିଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.