ମୋରବୀ ବ୍ରିଜ୍ ଭୁଶୁଡିଥିବା ସ୍ଥାନରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି, ହସ୍ପିଟାଲରେ ଆହତଙ୍କୁ ଭେଟି କଥାହେଲେ

ମୋରବୀ ୦୧/ ୧୧: ଗୁଜରାଟର ମୋରବୀରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ୧୪୧ ଜଣଙ୍କ ଜୀବନ ନେଇଥିବା ମାଚ୍ଛୁ ବ୍ରିଜ୍ ତ ଭୁଶୁଡି ପଡିଛି କିନ୍ତୁ ଛାଡିଯାଇଛି ରବିବାର କାଳ ସନ୍ଧ୍ୟାର ସେହି ଲୋମହର୍ଷଣକାରୀ ମୂହୁର୍ତ୍ତର ଛାପ । ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲ ଭୁଶୁଡିଥିବା ସ୍ଥାନକୁ ନେଇ ବୁଲି ଦେଖିବା ସହିତ ତଦାରଖ କରିଛନ୍ତି ପିଏମ୍ । ମୋଦିଙ୍କ ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଛନ୍ତି । ତେବେ ମାଚ୍ଛୁ ନଦୀରେ ଏବେ ବି କିଛି ବ୍ୟକ୍ତିଙ୍କ ପତ୍ତା ମିଳୁନଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ବ୍ରିଜ୍ ଭୁଶୁଡିଥିବା ଅଞ୍ଚଳ ପରିଦର୍ଶନ କରିବା ସହିତ ଆହତମାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆହତ ମାନଙ୍କ ସହିତ କଥା ହୋଇଛନ୍ତି । ଏହା ସହିତ ରେସ୍କ୍ୟୁ ଅପରେସନରେ ସାମିଲ ଥିବା ଅଗ୍ନିଶମ କର୍ମଚାରୀ, ସେନା ଏବଂ ପୋଲିସ ସହିତ ମଧ୍ୟ ଆଲୋଚନା କରିଛନ୍ତି ପିଏମ୍ ମୋଦି ।
PM Shri @narendramodi meets family members of the victims who lost their lives in the Morbi bridge collapse incident in Gujarat. pic.twitter.com/0z8eMgbOfD
— BJP (@BJP4India) November 1, 2022
