୩୦ ଜୁନରୁ ପୁଣିଥରେ ଦେଶବାସୀଙ୍କ ସହ ମୋଦି କରିବେ ‘ମନ କୀ ବାତ୍’

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ ୩୦ ଜୁନରେ କରିବେ। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ତାହା ପୂର୍ବ ଭଳି ନିୟମିତ ଭାବରେ ଜାରି ରହିବ ବୋଲି ଆଜିମାଇଁ ଗଭ୍ ଇଣ୍ଡିଆ ପକ୍ଷରୁ ଏନେଇ ଟ୍ୱିଟ୍ କରି କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦାୟିତ୍ୱ ନେବା ସହ ପୁଣି ଥରେ ଫେରୁଛି ‘ମନ୍ କୀ ବାତ୍’। ଆପଣଙ୍କ କାହାଣୀ, ଭାବନା ଏବଂ ପରାମର୍ଶ ଏଥର ଏପିସୋଡ୍ରେ ମଧ୍ୟ ସାମିଲ ହେବ, ଯାହା ଜୁନ୍ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଯେଉଁ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କୁ କହିବା ଦରକାର ତାଙ୍କ ଉପରେ ଲୋକଙ୍କ ବିଚାରକୁ ସେ ଆମନ୍ତ୍ରଣ କରିଥାନ୍ତି। ଏଥିପାଇଁ ୧୧ରୁ ୨୪ ଜୁନ୍ ପର୍ଯ୍ୟନ୍ତ ଫୋନ ଲାଇନ୍ ଖୋଲା ରହିବ।
‘ମନ କୀ ବାତ୍’ କାର୍ଯ୍ୟକ୍ରମର ପ୍ରଥମ ଭାଗର ଅନ୍ତିମ ସିଜିନ୍ର ଶେଷ ଏପିସୋଡ୍ ଫେବୃଆରୀ ୨୪ରେ ପ୍ରସାରିତ ହୋଇଥିଲା। ଏହାପରେ ସାଧାରଣ ନିର୍ବାଚନ ପାଇଁ ଏହା ବନ୍ଦ ରହିଥିଲା। ଏହି କାର୍ଯ୍ୟକ୍ରମକୁ ନେଇ ମୋଦି ମତ ଦେଇଥିଲେ, ଏହା ତାଙ୍କୁ ଗରିମାମୟ ଅନୁଭୂତି ଦେଇଛି। ପୂର୍ବ ସମସ୍ତ ଏପିସୋଡ୍ ପରି ମୋଦି ଏଥର ଏପିସୋଡ୍ ପାଇଁ ଥିମ୍ ଏବଂ ପ୍ରସଙ୍ଗ ବାବଦରେ ଲୋକମାନଙ୍କ ଠାରୁ ପରାମର୍ଶ ଆଶା କରୁଛନ୍ତି। ଏଥିପାଇଁ ୧୮୦୦୧୧୭୮୦୦ରେ ଡାୟଲ କରି ସେୟାର କରିପାରିବେ। ଏହା ବ୍ୟତୀତ ‘ମାଇଁ ଜିଓଭି’ ଉପରେ ମଧ୍ୟ ଏ ସମ୍ପର୍କରେ ବିଚାର ଓ ପରାମର୍ଶ ଦେଇପାରିବେ।