ନୂଆଦିଲ୍ଲୀ,୨୫/୦୧: ବର୍ଷର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି । ୧୩୦ ତମ ମନ୍ କି ବାତ୍ ରେଡ଼ିଓ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ର ଦିବସ ପୂର୍ବରୁ ପିଏମ୍ ମୋଦି ଦେଶବାସୀଙ୍କୁ ମନ କଥା କହିଛନ୍ତି । ମତଦାର ମହତ୍ୱ ସହିତ, ଷ୍ଟାଟଅପକୁ ନେଇ ବଡ଼ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତର ଅସଲ ଶକ୍ତି ଜନ ସକଳ୍ପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଭୋଟର ହେବା ଗଣତନ୍ତ୍ରରେ ଦାୟିତ୍ୱର ବିଷୟ- ଆଜି ମତଦାତା ଦିବସ । ୧୩୦ତମ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି,'' ଜାନୁଆରୀ ୨୫ ବହୁତ୍ ଗୁରୁତ୍ୱପୂର୍ଣ୍ଣ । ଆଜି ଜାତୀୟ ଭୋଟର ବା ମତଦାତା ଦିବସ । ମତଦାତା ହିଁ ଲୋକତନ୍ତ୍ରର ଆତ୍ମା । ଯେବେ ଯୁବା ପ୍ରଥମ ଥର ଭୋଟ ଦିଅନ୍ତି ତ ଗାଁ କିମ୍ବା ସହକ ଏକଜୁଟ ହୋଇ ତାଙ୍କୁ ଅଭିନନ୍ଦନ ଦିଅନ୍ତି । ମିଠା ବଣ୍ଟା ହୋଇଥାଏ । ଫଳରେ ଭୋଟିଂ ପ୍ରତି ଲୋକ ସଚେତନ ହେବେ । ୧୮ ବର୍ଷ ହେବା ମାତ୍ର ଭୋଟର ଭାବେ ନିଜ ନାମକୁ ପଞ୍ଜୀକରଣ କରିନିଅ । ସମ୍ବିଧାନ ପ୍ରତି ନାଗରିକଙ୍କ ଠାରୁ ଯେଉଁ କର୍ତ୍ତବ୍ୟ ଭାବନା ପାଳନର ଆଶା ରହିଛି ତାହା ପୂରଣ ହେବ ଏବଂ ଭାରତର ଲୋକତନ୍ତ୍ର ବି ମଜଭୂତ ହେବ । ଭୋଟର ହେବାର ଉତ୍ସବ ପାଳନ କର ।''
Being a voter is a matter of privilege and responsibility in a democracy. #MannKiBaat #NationalVotersDay pic.twitter.com/vDrWYTSkxA
— PMO India (@PMOIndia) January 25, 2026
'ତୃତୀୟ ଷ୍ଟାଟଅପ୍ ଇକୋ ସିଷ୍ଟମ ଭାରତ'- '' ଏଆଇ, ମହାକାଶ, ପରମାଣୁ ଶକ୍ତି, ସେମିକଣ୍ଡକ୍ଟର, ମୋବିଲିଟି, ଗ୍ରୀନ ହାଇଡ୍ରୋଜେନ୍ ଏବଂ ବାୟୋ ଟେକ୍ନୋଲୋଜି ଯେ କୌଣସି କ୍ଷେତ୍ର ହେଉ ତୁମକୁ ଭାରତୀୟ ଷ୍ଟାଟ୍ଅପ ମିଳିବ । ସେ ଯୁବା ଶକ୍ତିକୁ ସଲାମ କରୁଛି ଯେଉଁମାନେ ନିଜର ଷ୍ଟାଟଅପ୍ କରିଛନ୍ତି । ଭାରତ ଆଜି ଦୁନିଆର ତୃତୀୟ ଷ୍ଟାଟଅପ୍ ଇକୋ ସିଷ୍ଟମ ହୋଇଛି । ଷ୍ଟାଟଅପ ଇଣ୍ଡିଆ ଯାତ୍ରାରେ ଆମର ହିରୋ ଯୁବା ସାଥୀ । ସେମାନେ କମ୍ପର୍ଟ ଜୋନରୁ ବାହାରି ନୂଆ କରି ଇତିହାସ ରଚିଛନ୍ତି ।''
Today, India has turned into the third-largest start-up ecosystem in the world. #MannKiBaat pic.twitter.com/75knQ43uDs
— PMO India (@PMOIndia) January 25, 2026
'ଭଜନ କ୍ଲବିଙ୍ଗ ଜେନ୍ ଜେଡ୍ଙ୍କ ପସନ୍ଦ'- ଜେନ୍ ଜେଡଙ୍କ ମଧ୍ୟରେ ଭଜନ କ୍ଲବିଂ ଲୋକପ୍ରିୟ ହେବାରେ ଲାଗିଛି । ଭଜନର ପବିତ୍ରତା ବଜାୟ ରଖି ଆଧ୍ୟାତ୍ମିକତାକୁ ଆଧୁନିକତା ସହିତ ମିଶ୍ରଣ କରିବାର ଏହା ଏକ ଚମତ୍କାର ପ୍ରୟାସ । ଏହା ଦେଖି ବହୁତ ଭଲ ଲାଗୁଛି କି ଏହି ଆୟୋଜନରେ ଭଜନର ଗରିମାକୁ ଧ୍ୟାନରେ ରଖିଛନ୍ତି । ଭକ୍ତିକୁ ହାଲୁକାରେ ନିଆଯାଇନାହିଁ । ନା ଶବ୍ଦର ମର୍ଯ୍ୟାଦା ହାନୀ ହୋଇଛି ନା ଭାବର ।''