PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ସାରା ବିଶ୍ୱରେ ଅଧିକ ପସନ୍ଦ କରାଯାଉଥିବା ପୁରୁଷଙ୍କ ମଧ୍ୟରେ ୬ଷ୍ଠ ସ୍ଥାନରେ ମୋଦି, ମହିଳାଙ୍କ ତାଲିକାରେ…

ନୁଆଦିଲ୍ଲୀ ୧୯/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଅଧକ ପସନ୍ଦ କରାଯାଉଥିବା ଭାରତୀୟ ପୁରୁଷ । ଅମିତାଭ ବଚ୍ଚନ ଦ୍ୱିତୀୟ ନମ୍ବରରେ ଅଛନ୍ତି । ମହିଳାଙ୍କ ଶ୍ରେଣୀରେ ଭାରତରେ ଦୀପିକା ପାଦୁକୋନ୍ ପ୍ରଥମ ନମ୍ବରରେ ଅଛନ୍ତି । ବ୍ରିଟେନର ଇଣ୍ଟରନେଟ୍ ମାର୍କେଟ୍ ରିସର୍ଚ୍ଚ ଓ ଡେଟା ଆନାଲିସିସ ଫର୍ମ YouGov ଚଳିକ ବର୍ଷ ଦୁନିଆର ଟପ୍-୨୦ ଆୟମାୟର୍ଡ ପୁରୁଷ ଓ ମହିଳାଙ୍କ ଲିଷ୍ଟ ଗୁରୁବାର ଜାରି କରିଛି । ବିଲ୍ ଗେଟ୍ସ ଚଳିତ ବର୍ଷ ମଧ୍ଯ ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ପୁରୁଷ ରହିଛନ୍ତି । ମହିଳାଙ୍କ ମଧ୍ୟରେ ମିଶଲେ ଓବାମା, ଆଞ୍ଜେଲିନା ଜୋଲିଙ୍କୁ ପଛରେ ପକାଇ ପ୍ରଥମ ରାଙ୍କ୍ ହାସିଲ କରିଛନ୍ତି । ମିଶେଲ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ । ଆଞ୍ଜେଲିନା ଜୋଲି ହଲିଉଡ ଅଭିନେତ୍ରୀ ।  

  1. ବିଶ୍ୱର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପୁରୁଷ
ନାମ ପ୍ରଶଂସାର ପ୍ରତିଶତ ରାଙ୍କ
ବିଲ୍ ଗେଟ୍ସ 9.6 1
ବରାକ ଓବାମା 9.2 2
ଜ୍ଯାକି ଚାନ୍ 5.7 3
ଶି ଜିନପିଙ୍ଗ 5.1 4
ଜ୍ଯାକ୍ ମା 4.9 5
ନରେନ୍ଦ୍ର ମୋଦି 4.8 6
କ୍ରିଷ୍ଟିଆନୋ ରୋନାଲ୍ଡ 4.3 7
ଦଲାଇ ଲାମା 4.2 8
ଲିୟୋନେଲ୍ ମେସି 3.8 9
ଭ୍ଲାଦମିର୍ ପୁତିନ୍ 3.7 10
ୱରେନ୍ ୱଫେ 3.3 11
ଅମିତାଭ ବଚ୍ଚନ 2.9 12
ଏଲନ ମସ୍କ 2.9 13
ଡୋନାଲ୍ଡ ଟ୍ରମ୍ପ 2.6 14
ପୋପ୍ ଫ୍ରାନ୍ସିସ୍ 2.4 15
ଶାହରୁଖ ଖାନ୍ 2.2 16
ଇମ୍ରାନ୍ ଖାନ୍ 1.9 17
ସଲମାନ୍ ଖାନ୍ 1.7 18
ରେସେପ ତୈୟପ ଏର୍ଡୋଗନ୍ 1.5 19
ଏଣ୍ଟି ଲା 1.5 20
  • ବିଶ୍ୱର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ମହିଳା
ନାମ ପ୍ରଶଂସାର ପ୍ରତିଶତ ରାଙ୍କ
ମିଶେଲ୍ ଓବାମା 8.8 1
ଓପେରା ୱିନଫ୍ରେ 6.9 2
ଏଞ୍ଜୋଲିନା ଜୋଲି 6.8 3
କ୍ୱିନ୍ ଏଲିଜାବେଥ୍ ୨ 5.9 4
ଇମ୍ମା ୱାଟସନ୍ 4 5
ମଲାଲା ୟୁସଫଜଇ 3.9 6
ପେଙ୍ଗ ଲିୟୁଆନ 3.9 7
ହିଲେରୀ କ୍ଲିଣ୍ଟନ 3.6 8
ତୁ ୟୁୟୁ 3.5 9
ଟେଲର ସ୍ୱିଫ୍ଟ 3.3 10
ମୈଡାନା 3 11
ଏଞ୍ଜୋଲିନା ମର୍କେଲ୍ 2.8 12
ଦିପିକା ପାଦୁକୋନ୍ 2.8 13
ପ୍ରିୟଙ୍କା ଚୋପ୍ରା 2.8 14
ଏଲେନ୍ ଡିସେନର୍ସ 2.7 15
ଐଶର୍ୟ୍ୟା ରାୟ 2.7 16
ସୁଷ୍ମିତା ସେନ୍ 2.2 17
ଥେରେସା ମେ 2 18
ମିଲେନିୟା ଟ୍ରମ୍ପ 1.6 19
ୟାଙ୍ଗ ମି 1.3 20

୪୧ ଦେଶର ୪୨ ହଜାରରୁ ଅଧିକ ଲୋକଙ୍କୁ ଅନଲାଇନ ଇଣ୍ଟରଭ୍ଯୁରୁ ସଂଗ୍ରହ ହୋଇଥିବା ଡାଟା ଆଧାରରେ ଉଭୟ ଶ୍ରେଣୀ(ପୁରୁଷ ଓ ମହିଳା)ର ରାଙ୍କିଂ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ରାଙ୍କିଂରେ ୨ ପଏଣ୍ଟ ଉପରକୁ ଆସିଛନ୍ତି । ଗତ ବର୍ଷ ସେ ୮ମ ନମ୍ବରରେ ଥିଲେ । ଅମିତାଭ ୩ ପଏଣ୍ଟ ତଳକୁ ଖସିଛନ୍ତି । ଶାହରୁଖ ଓ ସଲମାନ୍ ଚଳିତବର୍ଷ ଏହି ଲିଷ୍ଟରେ ଏଣ୍ଟ୍ରି କରିଛନ୍ତି ।

ଟପ୍-୨୦ ମହିଳାଙ୍କ ମଧ୍ଯରେ ଦୀପିକା ପାଦୁକୋନ୍ ରାଙ୍କି ପଏଣ୍ଟରେ ପୂର୍ବବର୍ଷ ଭଳି ଏଥର ମଧ୍ଯ ୧୩ନମ୍ବରରେ ଅଛନ୍ତି । ପ୍ରିୟଙ୍କା ଚୋପ୍ରା ୨ ପଏଣ୍ଟ ତଳକୁ ଖସି ଦିପିକାଙ୍କ ତଳକୁ ଚାଲିଆସିଛନ୍ତି ।