ମୋଦିଙ୍କ କଡା ଚେତାବନୀ, ଏହାର ପରିଣାମ ଭୋଗିବାକୁ ପଡିବ

ନୁଆଦିଲ୍ଲୀ ୧୫/୨: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଆତଙ୍କୀମାନଙ୍କୁ ଏହାର ପରିଣାମ ଭୋଗିବାକୁ ହିଁ ପଡିବ ।
ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ସେମାନେ ଦେଶ ପାଇଁ ଜୀବନ ଦେଇଛନ୍ତି । ସେମାନଙ୍କ ପ୍ରାଣବଳି ବ୍ଯର୍ଥ ଯିବାକୁ ଦିଆହେବନି ।’ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ମୋଦି କହିଛନ୍ତି ଯେ ଦେଶର ସୈନିକଙ୍କ ବଳ ଓ ସାହସ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।
#WATCH PM Narendra Modi at the launch of Vande Bharat Express observes a two-minute silence for the CRPF personnel who lost their lives in #PulwamaAttack. pic.twitter.com/PIRRVHUrFI
— ANI (@ANI) February 15, 2019
ମୋଦି କହିଛନ୍ତି ଯେଉଁମାନେ ଏହି କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ନିଶ୍ଚିତ ଏହାର ପରିଣାମ ଭୋଗିବାକୁ ପଡିବ । ଦେଶବାସୀଙ୍କୁ ଭରସା ଦେଇ ମୋଦି କହିଛନ୍ତି ଯେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କ ନିଶ୍ଚିତ ଦଣ୍ଡ ମିଳିବ । ପାକିସ୍ତାନ ସବୁବେଳେ ବିନାଶର ରାସ୍ତା ଆପଣାଉଛି । ୧୩୦ କୋଟି ହିନ୍ଦୁସ୍ତାନୀ ଏହାର ମୁହଁତୋଡ ଜବାବ ଦେବେ ।
#WATCH PM Narendra Modi pays tribute to CRPF soldiers who lost their lives in #PulwamaTerrorAttack, says, “logon ka khoon khaul raha hai, yeh main samajh raha hun. Humare suraksha balon ko purn swatantra de di gayi hai.” pic.twitter.com/kxdCIKe88q
— ANI (@ANI) February 15, 2019
ରାଜନୀତି ନକରିବା ପାଇଁ ଅନୁରୋଧ କଲେ ମୋଦି
ମୋଦି କହିଛନ୍ତି ମୁଁ ସମସ୍ତଙ୍କ ଭାବନାକୁ ବୁଝି ପାରୁଛି । କିନ୍ତୁ ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ରାଜନୀତି ନକରିବାକୁ ମୁଁ ମୋ ବନ୍ଧୁମାନଙ୍କୁ ଅନୁରୋଧ କରୁଛି । ଏଥିପାଇଁ ସମସ୍ତେ ରାଜନୀତିର ଛିଟାରୁ ଦୂରେଇ ରୁହନ୍ତୁ । ଆମେ ସମସ୍ତେ ମିଶି ଏହାର ମୁକାବିଲା କରିବା । ସାରା ବିଶ୍ୱ ଦେଖିବ ।
କହିରଖୁଛୁ ଗତକାଲି(ଗୁରୁବାର) ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜବାନ ସହିଦ ହୋଇଛନ୍ତି । ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ଜେଶ-ଏ-ମୋହମ୍ମଦ ଏହି ଆତଙ୍କୀ ହମଲା ପାଇଁ ଦାୟୀ ଥିବା ଜଣାପଡିଛି ।