PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସେମାନେ ଆତଙ୍କବାଦକୁ ସମର୍ଥନ ଓ ପରିଚାଳନା କରନ୍ତି; ଆନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ପିଏମ ମୋଦିଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ଗ୍ଲୋବାଲ ସମିଟ୍‌ ‘ନୋ ମନି ଫର ଟେରର’ର ଉଦଘାଟନ କରିଥିଲେ। ଆତଙ୍କବାଦ ପାଇଁ କୌଣସି ଓନ ନାହିଁ, ଆତଙ୍କବାଦକୁ ଆର୍ଥିକ ସହାୟତାର ମୁକାବିଲା କରିବା ପାଇଁ ମନ୍ତ୍ରୀଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ରଣହୁଙ୍କାର ଭରିଛନ୍ତି। ଏହା ସହିତ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦର ଶେଷ ହୋଇନାହିଁ, ଭାରତ ଶାନ୍ତିରେ ବସିବ ନାହିଁ। ‘ ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ପରୋକ୍ଷରେ ଆତଙ୍କବାଦର ଜନକ ଭାବରେ ପରିଚିତ ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ, କିଛି ଦେଶ ଆତଙ୍କବାଦକୁ ସମର୍ଥନ ଓ ପରିଚାଳନା କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନେଇ କହିଥିଲେ, ଆତଙ୍କବାଦର ଷ୍ଟେଟ୍ ସ୍ପନସର କିମ୍ବା ବୈଚାରିକ ସମର୍ଥକ କରିବା ଉଚିତ ନୁହେଁ। ଏହା ସବୁ ଜାଣନ୍ତି ଯେ, ଆତଙ୍କବାଦ କୌଣସି ସ୍ଥାନରୁ ଟଙ୍କା ପାଇଥାନ୍ତି। କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନକୁ ରାଜନୈତିକ ବୈଚାରିକ ଓ ଆର୍ଥିକ ସହାୟତା କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ଭାବିବା ଉଚିତ ନୁହେଁ ଯୁଦ୍ଧ ନହେବାର ଅର୍ଥ ଶାନ୍ତି ଅଛି।  ପ୍ରକ୍ସି ଅର୍ଥାତ ଅର୍ଥାତ୍ ଛଦ୍ବ ଯୁଦ୍ଧ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅଟେ । ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହିପରି ଦେଶଗୁଡିକ ଅଲଗା କରିବା ଉଚିତ୍ । ଯେଉଁମାନେ ଗୁପ୍ତ ଏବଂ ଖୋଲାଖୋଲି ଭାବେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କ ବିରୋଧରେ ବିଶ୍ୱ ଏକଜୁଟ ହେବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,  ଭାରତ ସାହସର ସହ ଆତଙ୍କବାଦ ସହ ଲ ଲଢିଛି ଏବଂ ଏହାକୁ ସମୁଳେ ନିପାତ ନକରିବା ପର୍ଯ୍ୟନ୍ତ  ଶାନ୍ତିରେ ବସିପାରିବନି। ସେ କହିଛନ୍ତି, ଦଶନ୍ଧି ଧରି ବିଭିନ୍ନ ନାମ ଏବଂ ରୂପରେ ଭାରତ ଆତଙ୍କବାଦକୁ ନଷ୍ଟ ଚେଷ୍ଟା କରିଥିଲା ​​ଏବଂ ଏହି କାରଣରୁ ଦେଶ ହଜାର ହଜାର ମୂଲ୍ୟବାନ ଜୀବନ ହରାଇଲା କିନ୍ତୁ ଏହା ପରେ ବି ଦେଶ ସାହସର ସହିତ ଆତଙ୍କବାଦ ସହ ମୁକାବିଲା କରିଛି।।

ସମ୍ବନ୍ଧିତ ଖବର