PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି: ଶାହ, ସ୍ମୃତି ଇରାନୀ ଓ ଅନ୍ଯମାନେ ମଧ୍ଯ ନେଲେ ଶପଥ

ନୁଆଦିଲ୍ଲୀ ୩୦/୫: ରାଷ୍ଟ୍ରପତି ଭବନରେ ସନ୍ଧ୍ଯା ୭ଟାରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ରାଜନାଥ ସିଂ ମଧ୍ଯ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ତୃତୀୟ ନମ୍ବରରେ ଅମିତ ଶାହ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ୪ର୍ଥ ନମ୍ବରରେ ନାଗପୁରରୁ ବିଜୟ ହାସଲ କରିଥିବା ନୀତିନ ଗଡକରି ଶପଥ ନେଇଛନ୍ତି । ନୀତିନ ଗଡକରିଙ୍କ ପରେ କର୍ଣ୍ଣାଟକ ବରିଷ୍ଠ ନେତା ସଦାନନ୍ଦ ଗୌଡା କ୍ଯାବିନେଟ୍ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ତାଙ୍କ ପରେ ଏପର୍ଯ୍ୟନ୍ତ ରକ୍ଷାମନ୍ତ୍ରୀ ରହିଆସିଥିବା ନିର୍ମଳା ସୀତାରମଣ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ୭ମ ନମ୍ବରରେ ଏଲଜେପି ପ୍ରମୁଖ ରାମବିଳାସ ପାସୱାନ୍ କେନ୍ଦ୍ରୀୟ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ରାମବିଳାସ ପାସୱାନଙ୍କ ପରେ ମଧ୍ଯପ୍ରଦେଶ ମୁରୈନା ଆସନରୁ ଜିତିଆସିଥିବା ବିଜେପି ନେତା ନରେନ୍ଦ୍ର ସିଂ ତୋମର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ପରେ ପଟଣା ସାହିବରୁ ଲୋକସଭା ସିଟ୍ ଜିତିଥିବା ରବିଶଙ୍କର ପ୍ରସାଦ କ୍ଯାବିନେଟ୍ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।

ରବିଶଙ୍କର ପ୍ରସାଦଙ୍କ ପରେ ଅକାଳୀ ଦଳ ତରଫରୁ ହରସିମରତ କୌର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଥାବରଚନ୍ଦ ଗହଲୋତ କ୍ୟାବିନେଟ୍ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଥାବରଚନ୍ଦ ଗହଲୋତଙ୍କ ପରେ ଏସ୍ ଜୟଶଙ୍କର କ୍ୟାବିନେଟ୍ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ତାଙ୍କ ପରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ କ୍ୟାବିନେଟ୍ ମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ରମେଶଙ୍କ ପରେ ଝାରଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ୍ ମୁଣ୍ଡା ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଅର୍ଜୁନ୍ ପଣ୍ଡାଙ୍କ ପରେ ସ୍ମୃତି ଇରାନୀ କ୍ଯାବିନେଟ୍ ମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଚାନ୍ଦିନୀ ଚୌକରୁ ବିଜୟ ହାସଲ କରିଥିବା ବିଜେପି ଡା. ହର୍ଷବର୍ଦ୍ଧନ ମଧ୍ଯ କ୍ୟାବିନେଟ୍ ମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପ୍ରକାଶ ଜାଭେଡକର କ୍ଯାବିନେଟ୍ ମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ପ୍ରକାଶ ଜାଭେଡକରଙ୍କ ପରେ ପୀୟୁଷ ଗୋୟଲ କ୍ଯାବିନେଟ୍ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ଏହା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଧର୍ମେନ୍ଦ୍ରଙ୍କ ପରେ ମୁଖତାର ଅବ୍ବାସ ନକଭୀ କ୍ଯାବିନେଟ୍ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ଣ୍ଣାଟକର ଧାରୱାଡରୁ ଆସିଥିବା ପ୍ରହଲାଦ ଯୋଶୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ରୂପେ ଶପଥ ପାଠ କରାଇଛନ୍ତି ।

ଚନ୍ଦୌଲୀରୁ ବିଜୟ ହାସଲ କରିଥିବା ମହେନ୍ଦ୍ର ପାଣ୍ଡେୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶିବସେନା ତରଫରୁ ମୋଦି ସରକାରରେ ଦକ୍ଷିଣ ମୁମ୍ବାଇରୁ ଜିତିଥିବା ଅରବିନ୍ଦ ସାୱନ୍ତ କେନ୍ଦ୍ରୀୟ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ବେଗୁସରାୟରୁ ସାଂସଦ ଗିରିରାଜ ସିଂହ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଜୋଧପୁରରୁ ଅଶୋକଙ୍କ ପୁଅକୁ ହରାଇଥିବା ଗଜେନ୍ଦ୍ର ସିଂହ ସେଖାୱତଙ୍କୁ ମଧ୍ଯ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ତାଙ୍କୁ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।  

ସଂସଦର ସବୁଠାରୁ ସିନିୟର ସାଂସଦ ଓ ବରେଲିରୁ ସାଂସଦ ସନ୍ତୋଷ ଗଙ୍ଗୱାର ରାଜ୍ଯମନ୍ତ୍ରୀ ସ୍ୱତନ୍ତ୍ର ପ୍ରଭାର ରୂପେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ସନ୍ତୋଷଙ୍କ ପରେ ଇନ୍ଦ୍ରଜିତ୍ ସିଂହ ରାଜ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରଭାର ରୂପେ ଶପଥ ନେଇଛନ୍ତି । ଗୋଆରୁ ଆସିଥିବା ଶ୍ରୀପଦ ନାଇକ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ଯମନ୍ତ୍ରୀ ରୂପେ ଶପଥ ପାଠ କରାଇଛନ୍ତି । ଜିତେନ୍ଦ୍ର ସିଂହ ରାଜ୍ୟମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଅରୁଣାଚଳ ପ୍ରଦେଶରୁ ଜଡିତ କିରଣ ରିଜ୍ଜୁ ରାଜ୍ୟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ଫଗ୍ଗନ ସିଂହ କୁଲସ୍ତେଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ରାଜ୍ଯ ମନ୍ତ୍ରୀ ରୂପେ ସାମିଲ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଶ୍ୱିନୀ ଚୌବେଙ୍କୁ ରାଜ୍ଯମନ୍ତ୍ରୀ ରୂପେ ଶପଥ ପାଠ କରାଇଛନ୍ତି । ଅର୍ଜୁନ୍ ରାମ ମେଘୱାଲ ରାଜ୍ଯମନ୍ତ୍ରୀ ରୂପେ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଗାଜିୟାବାଦରୁ ରେକର୍ଡ ମତରେ ବିଜୟ ହାସଲ କରିଥିବା ବିକେ ସିଂହ ରାଜ୍ୟମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଫରିଦାବାଦରୁ ସାଂସଦ କୃଷ୍ଣପାଲ ଗୁର୍ଜର ଦାନବେ ରାୱ ପଟେଲ ରାଜ୍ୟ ମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

ତେଲେଙ୍ଗାନା ସିକନ୍ଦରାବାଦରୁ ଜିତିଥିବା ଜି କିଶନ ରେଡ୍ଡୀ ରାଜ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ସେ ନିଜ ଶପଥ ହିନ୍ଦୀରେ ନେଇଛନ୍ତି । ଗୁଜରାତର ପୁରୁଷୋତ୍ତମ ରୁପାଲା ରାଜ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ରୁପାଲାଙ୍କ ପରେ ଆରପିଆଇ ନେତା ରାମଦାସ ଆଟୱଲେ ନିରଞ୍ଜନ ଜ୍ଯୋତି ରାଜ୍ୟମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଆସନସୋଲରୁ ଲଗାତାର ୨ୟ ଥର ଜିତିଥିବା ବାବୁଲ ସୁପ୍ରିୟୋ ରାଜ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ଅଜିତ୍ ସିଂହଙ୍କୁ ମୁଜଫରନଗରରୁ ହରାଇଥିବା ସଞ୍ଜୀବ ବାଲିୟାନଙ୍କୁ ମଧ୍ଯ ମଣ୍ଡଲରେ ସାମିଲ କରାଯାଇଛି । ସେ ରାଜ୍ୟମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ବାଲେଶ୍ୱର ଲୋକସଭା ଆସନ ଜିତିଥିବା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସଂଘ ରାଜ୍ଯ ମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ।  

ସମ୍ବନ୍ଧିତ ଖବର