କେନ୍ଦୁଝର ସଦର,୧୯/୧୨(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଙ୍କି ଠାରେ ଥିବା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ 'ଉଲ୍ଲାସ' ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧକ୍ଷ ସୁଶାନ୍ତ କୁମାର ସାହୁ ବାର୍ଷିକ ବୀବରଣୀ ପଠନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ ସମ୍ମାନିତ ଅତିଥି ଭାବେ ଧରଣୀଧର ବିଶ୍ଵ ବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମେନ ଡାକ୍ତର ପ୍ରଭୁପ୍ରସାଦ ଦାସ ଯୋଗ ଦେଇ ଛାତ୍ର ଜୀବନରେ ଶିକ୍ଷାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।

​​​​​​​

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବିହୁ, ପଞ୍ଜାବୀ, ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶୀ, ସମ୍ବଲପୁରୀ ଆଦି ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ବିଭିନ ବିଭାଗରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ସହିତ ୨୦୨୪- ୨୫ ଶିକ୍ଷା ବର୍ଷାରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଭିଷେକ କର ଏବଂ ଆସୁତୋଷ ପଟ୍ଟନାୟକ ଛାତ୍ର ଦୟଙ୍କୁ ସମ୍ମାନୀତ କରାଯିବା ସହିତ ଅତିଥୀଙ୍କ ଦ୍ୱାରା ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।ସର୍ଵକୃଷ୍ଟ ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରମନ ଛୁରା,ଅରୁଣ କୁମାର ଭାରତୀଆ ଏବଂ ଦେବଞ୍ଜନଙ୍କୁ ଉପଢକନ ଦେଇ ସମ୍ମାନୀତ କରାଯାଇଥିଲା। ସମୀର ମଣ୍ଡଳ, ସୁଶାନ୍ତ ବେହେରା, କାଶୀନାଥ ଘଡେଇ, ଦୁଷ୍ମନ୍ତ ସାହୁ,ପ୍ରିୟଙ୍କା ବେରା, ମାଧୁରୀ,ପଙ୍କଜ କୁମାର, ସତ୍ୟା , ବନସ୍ମିତା ପୃଷ୍ଟି, ଶୋଭାନ ଖାତୁନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦିତ କରିଥିଲେ।