ନୂଆଗାଁ,୦୭/୦୮: ନାବାଳିକାଙ୍କୁ ପ୍ରେମ ଜାଲରେ ଫଶାଇ ଶରୀରିକ ସମ୍ପର୍କ ରଖିଥିଲେ ପ୍ରେମିକ। ଗର୍ଭବତୀ ହେବା ପରେ ବିବାହ କରିବାକୁ ମନା କରିଦେଇଥିଲା । ହାତୀବାରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ୍‌ ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। 

ସୂଚନା  ମୁତାବକ, ଯୁବକ ଜଣକ ୨୦୨୪ରୁ  ନାବାଳିକାଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ  ସ୍ଥାପନ କରିଥିଲେ । ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ନାବାଳିକା ଗର୍ଭବତୀ ହୋଇଥିଲେ । ଶେଷରେ ଯୁବକ ଜଣକ ନାବାଳିକାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ପୀଡ଼ିତା  ଗର୍ଭବତୀ ହୋଇଥିବା ପରିବାର ଲୋକଙ୍କୁ  କହିଥିଲେ । ଏହା ପରେ ପରିବାର ଲୋକେ ହାତୀବାରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ପୋକ୍‌ସୋ ଆକ୍ଟରେ  ମାମଲା ରୁଜୁ କରିବା ସହ  ହାତୀବାରି ପୁଲିସ ଅଭିଯୁକ୍ତ ମନୋଜ କାଣ୍ଡୁଲନାକୁ ଗିରଫ କରି  କୋର୍ଟ ଚାଲାଣ କରିଛି। ।