କୁଆଁପାଳ ୧୩/ ୦୫: ଛେଳି ପଲଙ୍କୁ ବିଷ ଦେଇ ମାରିଦେଲେ। ବିଷାକ୍ତ ପାନୀୟ ଜଳ ପିଇ ୭ଟି ଛେଳିଙ୍କୁ କେହି ଦୁର୍ବୃତ୍ତ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ଵର ଥାନା ଅଧୀନ ଝଡେଶ୍ୱରପୁର ମୁସଲମାନ ବସ୍ତିରେ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଭଦ୍ରେଶ୍ଵର ଥାନା ଥାନା ଅନ୍ତର୍ଗତ ଝଡେଶ୍ୱପୁର ଗ୍ରାମର ରହେମା ବିବିଙ୍କ ଛେଳି ବିଲରେ ବୁଲୁଥିଲେ। କିଛି ଘଣ୍ଟା ପରେ ସେମାନେ ମରି ପଡିଥିବାର ସେହି ଗ୍ରାମର ଜଣେ ବ୍ୟକ୍ତି ରହେମାଙ୍କୁ ଖବର ଦେଇଥିଲେ। ବିଲରେ ସାତଟି ଛେଳି ମରିପଡ଼ି ଥିବା ଦେଖିବାକୁ ପାଇଥିଲେ । ରେସମା ଏନେଇ ଭଦ୍ରେଶ୍ଵର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇବାପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଷାକ୍ତ ପାଣି ପିଇ ଛେଳି ଗୁଡ଼ିକ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠିଛି ଯେ, ବିଷାକ୍ତ ପାଣି ଆସିଲା କେଉଁଠୁ ? ଛେଳି ପଲକୁ ଜାଣିଶୁଣି କେହି ବିଷାକ୍ତ ପାଣି ଦେଲା କିଏ ? ଏବେ ପୋଲିସ ମାମଲାର ଛାନ୍ଭିନ୍ ଚଳାଇଛି।