ବାରଙ୍ଗ,୨୮ା୧(ଆ.ପ୍ର.): ଚନ୍ଦ୍ରଶେଖରପୁର ଥାନା ପୁଲିସ ଗତ ୨୬ ତାରିଖରେ ଜଣେ ଚିକେନ ଦୋକାନୀଙ୍କ ଭାଇ ନିରଞ୍ଜନ ସାହୁଙ୍କୁ ଦାଦା ବଟି ଆଦାୟ ଅଭିଯୋଗରେ ଗିରଫ କରି ଜେଲ୍ ପଠାଇଛି । ଶୈଳଶ୍ରୀ ବିହାର ରାସ୍ତା କଡରେ ଥିବା ଚିକେନ ଦୋକାନକୁ ଉଠାଇବା ପାଇଁ ଗତ କିଛିମାସ ହେଲା ଚିକେନ ଦୋକାନୀଙ୍କ ସହ ଜଣେ ବିଲଡରଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା। ଏହିି ବିବାଦ ହାଇକୋଟରେ ବିଚାର ଚାଲିଥିଲା । ବିବାଦୀୟ ସ୍ଥାନରେ ନିର୍ମାଣ କାର୍ଯ୍ୟ ନ କରିବାକୁ ଚଳିତ ମାସ ୧୮ରେ ହାଇକୋର୍ଟ ରହିତା ଦେଶ ଜାରି କରିଥିଲେ । ଏହା ସତ୍ତେ୍ୱ ବିଏମସି ଏବଂ ପୁଲିସ ଉକ୍ତ ବିବାଦୀୟ ସ୍ଥାନରେ ଥିବା ଚିକେନ କୋକାନକୁ ଗତ ସପ୍ତାହରେ ଭାଙ୍ଗି ଦେଇ ଥିଲେ । ୨୬ରେ ଉକ୍ତ ସ୍ଥାନରେ ପୁଲିସ ଉପସ୍ଥିତିରେ ବିଲିଡର ପାଚେରୀ ନିର୍ମାଣ କରୁ ଥିବା ବେଳେ ନିରଞ୍ଜନ ଏହାର ପ୍ରତିବାଦ କରିଥିଲେ । ପୁଲିସକୁ ନିରଞ୍ଜନ ରହିତାଦେଶ ଦେଖାଇ ନିର୍ମାଣ କାମ ବନ୍ଦ କରିବା ପାଇଁ କହିଥିଲେ । ମାତ୍ର ଏଥିରେ ପୁଲିସ କ୍ଷୁବ୍ଧ ହୋଇ ନିରଞ୍ଜନକୁ ଥାନାକୁ ନେଇ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ରାତାରାତି ଜେଲ୍ ପଠାଇ ଥିବା ଚିକେନ ଦୋକାନୀ ମନୋଜ ସାହୁ ଅଭିଯୋଗ ଆଣିଛନ୍ତି ।
ସୂଚନା ମୁତାବକ ଚନ୍ଦ୍ରଶେଖରପୁର ମୌଜା ପ୍ଲଟ ନଂ ୨୩୨ ଯାହା କି ସାବିତ୍ରୀ ରାଉତ ଏବଂ ଜୟନ୍ତୀ ରାଉତ ଙ୍କ ନାମରେ ଥିଲା । ସେ କେତେକ ସବ ପ୍ଲଟ କରି ସମ୍ପୃକ୍ତ ବିଲିଡର ସମେତ କିଛି ଲୋକଙ୍କୁ ବିକ୍ରି କରିଛନ୍ତି । ଏହାକୁ ଲାଗି ଥିବା ଶୈଳଶ୍ରୀ ବିହାର ମୁଖ୍ୟ ରାସ୍ତାର କିଛି ବଳକା ସରକାରୀ ଜମି ଉପରେ ମନୋଜ ଚିକେନ ଦୋକାନ କରିଥିଲେ । ଏହାକୁ କେନ୍ଦ୍ରକରି ମନୋଜ ଏବଂ ବିଲଡର ମଧ୍ୟରେ ବିବାଦ ଉପୁଜିଥିଲା । ଗତ ନଭେମ୍ବର ୨୮ରେ ମନୋଜଙ୍କ ଦୋକାନ ଉପରକୁ ଦୁଇଟି ବୋମା ମାଡ ହୋଇ ଥିଲା । ‘ବିବାଦ ଚାଲିଥିବା ବେଳେ ପୁଲିସ ନିରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ଦାଦାବଟି ମାମଲା ରୁଜୁ କରି ଜେଲ୍ ପଠାଇଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯିବା ପାଇଁ ମନୋଜ ଦାବି କରିଛନ୍ତି’ । ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ‘ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଖୋଜୁ ଥିଲେ, ଜଣଙ୍କୁ ଗିରଫ କରାଯାଇଛି ଅନ୍ୟ ଜଣେ ଫେରାର ଅଛନ୍ତି । ମନୋଜଙ୍କ ନାମରେ ଗାଡି ପୋଡି ମାମଲା ପୂର୍ବରୁ ଥିଲା, ସେ ଜେଲ ଯାଇଥିଲା । ଜଣଙ୍କ ଘରୋଇ ଜମି ସାମନାରେ ଥିବା ସରକାରୀ ଏବଂ କିଛି ଘରୋଇ ଜମିକୁ ଦୀର୍ଘ ବର୍ଷ ଧରି କକୁଡା ଦୋକାନ କରି ମାଡି ବସିଥିଲା । ଏଠାରୁ ହଟିବା ପାଇଁ ଜମି ମାଲିକ ଠାରୁ ୫ ଲକ୍ଷ ନେଇ ଆହୁରି ୨୦ ଲକ୍ଷ ମାଗୁ ଥିଲା’ ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...