ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଆଉ ତ୍ରାହି ନାହିଁ, ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୋଲିସ, ଦଙ୍ଗା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ

ଇସଲାମାବାଦ ୧୪/ ୦୩: ଏଥର ଆଉ ତ୍ରାହି ନାହିଁ । ଇମ୍ରାନ ଖାନ ଗିରଫ ହେବା ନିଶ୍ଚିତ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଇ-ଇନସାଫ୍‌ (ପିଟିଆଇ) ଦଳର ପ୍ରମୁଖ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଇମ୍ରାନଙ୍କ ବାସଭବନ ନିକଟରେ ହଜାର ହଜାର ସଂଖ୍ୟାରେ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି । ହାତରେ ଅସ୍ତ୍ର ସହ ସୁରକ୍ଷା ପାଇଁ ଆବଶ୍ୟକୀୟ ଉପକରଣ ପିନ୍ଧି ବାହାରେ ପଇଁତରା ମାରୁଛନ୍ତି । ଇମ୍ରାନ ଖାନଙ୍କୁ ଗିରଫ କରିବା ସମୟରେ ଦଙ୍ଗା ଆଶଙ୍କା ଥିବାରୁ ଏଥିପାଇଁ ପୂର୍ବ ପ୍ରସ୍ତୁତି କରିଛି ପାକିସ୍ତାନୀ ସେନା ।

इमरान को गिरफ्तार करने आई पुलिस, हंगामा (डॉन)
Aajtak

ଲାହୋରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନ ବାହାରେ ପୋଲିସ ଓ ସେନା ଉପସ୍ଥିତ ରହିଛନ୍ତି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏପରିକି ସଶସ୍ତ୍ର ସେନା ଗାଡି ମଧ୍ୟ ଇମ୍ରାନଙ୍କ ବାସଭବନ ନିକଟରେ ପହଞ୍ଚିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଇମ୍ରାନଙ୍କୁ ଗିରଫ କରାଯିବା ନେଇ ଜୋରଦାର ଚର୍ଚ୍ଚା ହେଉଥିବାରୁ ଦଳୀୟ ସମର୍ଥକଙ୍କୁ ତୁରନ୍ତ ସେଠାରେ ପହଞ୍ଚିବାକୁ ପିଟିଆଇ କହିଛି ।

wp:html /wp:html

ଇସଲାମାବାଦ ଡିଆଇଜି ଶେହଜାଦ ବୁଖାରୀ କହିଛନ୍ତି, 'ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ହେପାଜତକୁ ନେବା ପାଇଁ ତାଙ୍କ ବାସଭବନ ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦଙ୍ଗା ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଆଗୁଆ ପ୍ରସ୍ତୁତି କରାଯାଇଛି'। ତେବେ କେଉଁ କାରଣ ପାଇଁ ଇମ୍ରାନ ଖାନଙ୍କୁ ପୋଲିସ ଗିରଫ କରିବାକୁ ପହଞ୍ଚିଛି ସେ ନେଇ କିଛି ଜଣାପଡି ନାହିଁ । ସମ୍ଭବତଃ ତାଙ୍କୁ ତୋଶଖାନା ମାମଲାରେ ଗିରଫ କରାଯାଇପାରେ ।

Pakistan court orders non-bailable arrest of Imran Khan in Toshakhana case  | World News - Hindustan Times
Social Media

ସୂଚନା ଯେ, ତୋଶଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ପାକିସ୍ତାନରେ ତୋଶଖାନା ହେଉଛି ଏକ କ୍ୟାବିନେଟ୍‌ ବିଭାଗ । ସେଠାରେ ପ୍ରଧାନମନ୍ତ୍ରୀ, ଅଧିକାରୀ ତଥା ସେନା ପ୍ରମୁଖଙ୍କୁ ବିଦେଶରୁ ମିଳୁଥିବା ଦାମୀ ଉପହାରଗୁଡିକୁ ରଖାଯାଇଥାଏ । ୨୦୧୮ରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବା ପରେ ଅନେକ ଦେଶ ଭ୍ରମଣ କରିଛନ୍ତି ଏବଂ ବିଦେଶରୁ ଦାମୀ ଉପହାର ମଧ୍ୟ ପାଇଛନ୍ତି । ସେଗୁଡିକ ତୋଶଖାନାରେ ଜମା ହୋଇଥିଲା । କିନ୍ତୁ ସେଗୁଡିକୁ ଖୁବ ଶସ୍ତାରେ ବିକ୍ରି କରିଦେଇଥିଲେ ଇମ୍ରାନ ଖାନ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏପରିକି ତାଙ୍କ ବିରୁଦ୍ଧରେ ମାମଲା ରୁୁଜୁ କରାଯାଇ ଗିରଫ କରାଯିବାକୁ ମଧ୍ୟ ଓ୍ବାରେଣ୍ଟ ଜାରି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.