ରାଉରକେଲା, ୧୮।୨: ଟି-୨୦ ବିଶ୍ଵକପ୍କୁ ନେଇ ବେଟିଂ ଚାଲିଥିବା ବେଳେ ମାଡ଼ିବସିଲା ପୁଲିସ । ରାଉରକେଲାର ଉଦିତନଗର, ପ୍ଲାଣ୍ଟସାଇଟ, ବନ୍ଧମୁଣ୍ଡା ଓ ଗଙ୍ଗାଧରପାଲି ସମେତ ଅନ୍ୟ କେତେକ ସ୍ଥାନରେ ପୁଲିସ ପକ୍ଷରୁ ଘନଘନ ଚଢ଼ାଉ କରାଯାଉଛି । ପୁଲିସ ୬ ଜଣଙ୍କୁ ଅଟକ ରଖି ଜେରା କରୁଛି । ସୂଚନା ମୁତାବକ, ଟି-୨୦ ବିଶ୍ଵକପ୍କୁ ନେଇ ଏହି ସବୁ ଅଞ୍ଚଳରେ ବେଟିଂ ଚାଲିଥିବା ପୁଲିସ ଖବର ପାଇବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି । ୩ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ୬ଟି ପୁଲିସ ଟିମ୍ ଚଢ଼ାଉରେ ସାମିଲ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ... ୟୁଟ୍ୟୁବର୍ଙ୍କ ହେଲୋ ଗାଇଜ୍... ଲାଇଭ୍ ଟେଲିକାଷ୍ଟ ବନ୍ଧାଇଦେଲା, ସାମ୍ନାକୁ ଆସିଲା ସାର୍ଦ୍ଦୁଳ ହତ୍ୟାକାଣ୍ଡ
କିଛି ବ୍ୟବସାୟୀ, ସଟ୍ଟା ଖେଳାଉ ଥିବା ଲୋକଙ୍କ ଘରେ ଚଢ଼ାଉ ଚାଲିଛି । ଲକ୍ଷ ଲକ୍ଷ ଟଙ୍କାର ବେଟିଂ ହୋଇଥିବା ଚଢ଼ାଉ ସମୟରେ ପୁଲିସ ଜାଣିବାକୁ ପାଇଛି । ସକାଳ ୬ଟାରୁ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଚଢ଼ାଉ ଜାରି ରଖିଛନ୍ତି । ଚଢ଼ାଉ ସରିବା ପରେ ଏସ୍ପି ଏନେଇ ସବିଶେଷ ସୂଚନା ଦେବେ ।