PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ବିଜେପି ନେତା ଭୃଗୁ ଓ ଗୋଲକଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ, ମାର୍ଚ୍ଚ ୧୯ ତାରିଖ ପର୍ଯ୍ଯନ୍ତ ଗିରଫ କରିପାରିବନି ପୋଲିସ

କଟକ ୧୨/୩: ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ଯା ଘଟଣାରେ ବିଜେପି ନେତା  ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ମିଳିଲା ଆଶ୍ୱସ୍ତି । ଉଭଯଙ୍କୁ ହାଇକୋର୍ଟ ଆଜି(ମଙ୍ଗଳବାର) ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୧୯ ତାରିଖ ପର୍ଯ୍ଯନ୍ତ ପୋଲିସ ଏମାନଙ୍କୁ ଗିରଫ କରିପାରିବନି ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନାନୁସାରେ ଗୋଲକ ମହାପାତ୍ର ଓ ଭୁଗୁ ବକ୍ସିପାତ୍ରଙ୍କୁ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ଯା ମାମଲାରେ ପୋଲିସ ସମନ ଜାରି କରିଥିଲା । ଗୋଲକ ମହାପାତ୍ର ପ୍ରଥମଥର ସମନ ପାଇ ସମନ ପରେ ଥରେ ଛତ୍ରପୁର ପୋଲିସ ନିକଟରେ ହାଜର ହୋଇଥିଲେ । କିନ୍ତୁ ଦ୍ୱିତୀୟ ଥର ସମନ ପରେ ସେ ନିଜର ଅସୁସ୍ଥତା ଦର୍ଶାଇ ଥାନାରେ ହାଜର ହୋଇନଥିଲେ । ସେହିଭଳି ଭୃଗୁ ବକ୍ସିପାତ୍ର ମଧ୍ଯ ସମନ ପାଇବା ପରେ ନିଜ ଓକିଲଙ୍କ ମାଧ୍ଯମରେ ଅସୁସ୍ଥତା ଦର୍ଶାଇ ହାଜର ହୋଇନଥିଲେ । ତେବେ ଉଭୟ ଗିରଫ ଭୟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । ଅଦାଲତ ଆଗୁଆ ଜାମିନ ସମ୍ପର୍କରେ ସମ୍ପୂର୍ଣ୍ଣ ଶୁଣାଣି କରିନଥିଲେ ମଧ୍ଯ ଏମାନଙ୍କୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ।

ସେପ୍ଟେମ୍ବର ୧୬ ୨୦୧୭ ମସିହାରେ ତାଙ୍କ ଛତ୍ରପୁର ସ୍ଥିତ ବାସଭାବନରେ ଗୋଷ୍ଠୀବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ମେଡିକାଲକୁ ନେବା ରାସ୍ତାରେ ସେ ମୃ୍ତ୍ଯୁବରଣ କରିଥିଲେ । ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ଅଭିଯୁକ୍ତମାନଙ୍କୁ ଫେରାର କରିବାରେ ଗୋଲକ ମହାପାତ୍ର ସାହାଯ୍ଯ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଫେବୃୟାରୀ ମାସ ୭ ତାରିଖ ଓ ୯ ତାରିଖରେ ଗୋଲକ ଓ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ହେବାପାଇଁ ପୋଲିସ ସମନ ଜାରି କରିଥିଲା ।

ସମ୍ବନ୍ଧିତ ଖବର