ପ୍ରମୂଖ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ଗିରଫ, ମାମଲା ଚାପିବାକୁ ପୁଲିସର ଉଦ୍ୟମ !

Published By : Swapna Ray | June 4, 2025 2:48 PM

ସମ୍ବଲପୁର, ୪।୫: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବରେଇପାଲି ଥାନା ଅଞ୍ଚଳରୁ ପୁଲିସ କନେଷ୍ଟବଳ ଗିରଫ । ଅଭିଯୁକ୍ତ ଜଣକ ୩୫ ବର୍ଷୀୟ ବିରଞ୍ଚି ମୁଣ୍ଡା ବୋଲି ଜଣାପଡ଼ିଛି । ସେ ଓଏସଏଫର କନେଷ୍ଟବଳ ଭାବରେ ବରେଇପାଲି ଥାନାରେ ନିୟୋଜିତ ଥିଲେ । 

ସୂଚନାନୁଯାୟୀ, ଆଦିବାସୀ ପଡ଼ାର ଜଣେ ୧୪ ବର୍ଷୀୟ ନାବାଳିକାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ପୀଡ଼ିତା ନାବାଳିକା ଉପସ୍ଥିତ ବୁଦ୍ଧି ଲଗାଇ ଘଟଣାସ୍ଥଳରୁ ଖସି ଚାଲି ଆସିଥିଲେ । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସମ୍ପର୍କୀୟ ହେବେ ବୋଲି ସୂଚନା । ରବିବାର ଶୀତଳଷଷ୍ଠୀ ଯାତ୍ରା ଦେଖାଇ ନେବା ବାହାନାରେ ସେ ଝିଅଟିକୁ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ପୁଲିସ ଜଣକ ଝିଅ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମ୍ପର୍କରେ ଜଣାପଡ଼ିବା ପରେ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ସହିତ ସ୍ଥାନୀୟ ପଡ଼ାବାସୀ ଥାନାକୁ ଯାଇ ଏତଲା ଦେଇଥିଲେ । କିନ୍ତୁ, ସମ୍ବଲପୁର ପୁଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିଲା । ବାରମ୍ବାର ଚାପ ପଡ଼ିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.