PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ନବରଙ୍ଗପୁର ହାଜତ ମୃତ୍ଯୁ ଅଭିଯୋଗ ଘଟଣା: କୋଡିଙ୍ଗା ଥାନା ଆଇଆଇସି ସସପେଣ୍ଡ

ନବରଙ୍ଗପୁର ୧୭/୬: କୋଡିଙ୍ଗା ଥାନା ଆଇଆଇସି ସସପେଣ୍ଡ । କୋଡିଙ୍ଗା ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ କୋଡିଙ୍ଗା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗରଙ୍କୁ ସସପେଣ୍ଡ କରିଛନ୍ତି ଡିଜିପି ଆର.ପି ଶର୍ମା । ପୋଲିସ ମାଡରେ ବଡ଼ପଂଜାରିଆଗୁଡା ଗାଁର ଗୋବର୍ଦ୍ଧନ ବିନ୍ଧାଣି ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ  ଅଭିଯୋଗ ହୋଇଥିଲା ।  ଘଟଣାର ଉପଯୁକ୍ତ ତଦନ୍ତ କରିନଥିଲେ ଆଇଆଇସି । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଛି ।  

ଶନିବାର କୋଡ଼ିଙ୍ଗା ପୋଲିସ ଖୁଟିଗୁଡା ହାଟରେ କୁକୁଡ଼ା ଲଢେ଼ଇ ଖେଳ ଚାଲିଥିବା ଖବର ପାଇ  ପୋଲିସ  ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଦୁଇଜଣଙ୍କୁ ଉଠାଇ ଆଣିଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ  ନବରଙ୍ଗପୁର ମେଡିକାଲରେ ଭର୍ତି କରାଇଥିଲା ପୋଲିସ । ଏବଂ  ଅନ୍ୟଜଣକ ଅର୍ଥାତ୍ ଗୋବର୍ଦ୍ଧନ ବିନ୍ଧାଣିଙ୍କୁ ଲୁଚାଇ ରଖିଥିବା ଜଣାପଡିଛି । ତେବେ ମେଡିକାଲରେ ଥିବା ଅଭିଯୁକ୍ତ କହିବା ଅନୁସାରେ ସେମାନେ ଥାନାରେ ପାଣି ମାଗିବାରୁ ସେମାନଙ୍କୁ ପୋଲିସ ମାଡ଼ ମାରିଥିଲା । ଏଥିରେ ଗୋବର୍ଦ୍ଧନ ବିନ୍ଧାଣି ଅଧିକ ଆହତ ହେବାରୁ ଦୁଇଜଣଙ୍କୁ ନବରଙ୍ଗପୁର ମେଡିକାଲକୁ ନେଇଥିଲେ । ମାତ୍ର ପରେ ସେଠାରୁ ଗୋବର୍ଦ୍ଧନକୁ ପୋଲିସ କେଉଁଆଡ଼େ ନେଇଥିଲା ତାର ଖୋଜ ଖବର ପାଇନଥିଲେ ପରିବାର ଲୋକେ ।  

ଏହାପରେ ଗ୍ରାମବାସୀ ସନ୍ଦେହ କରି ଗୋବର୍ଦ୍ଧନର ମୃତ୍ୟୁ ହୋଇଥିବା ଜାଣି କୋଡ଼ିଙ୍ଗା ଥାନା ଘେରାଉ କରିଥିଲେ । ମୃତ ବ୍ୟକ୍ତିର ଶବକୁ କେଉଁଠି ଲୁଚାଇ ରଖିଦେଇ ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରି କୋଡ଼ିଙ୍ଗା ଥାନା ଭଙ୍ଗା ରୁଜା ମଧ୍ଯ କରିଥିଲେ । ଥାନା ଘେରାଉ କରିବାକୁ ଯାଇଥିବା ସମୟରେ ପୋଲିସ ଲୋକଙ୍କ ଉପରକୁ ଲାଠି ଚାର୍ଜ କରି ଲୋକଙ୍କୁ ପ୍ରବଳ ମାଡ଼ ମାରିଥିବା  ଅଭିଯୋଗ ମଧ୍ଯ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିର ମୃତଦେହ ବିଷୟରେ ପୋଲିସ କୌଣସି ସୂଚନା ଦେଉନଥିବାରୁ ମୃତ ବ୍ୟକ୍ତିର  ମୃତଦେହ ଆଣିବା ସହ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ଗ୍ରାମବାସୀ ।

ପରେ ମୃତକର ଶବ ବ୍ଯବଛେଦ କରି ତା ପରିବାର ଲୋକଙ୍କୁ ଦେବା ପାଇଁ ବାହାରିଥିଲା ପୋଲିସ । କିନ୍ତୁ ପରିବାର ଲୋକେ ମୃତଦେହ ନେବାକୁ ମନା କରିଦେଇଥିଲେ । ପରିବାର ଲୋକଙ୍କୁ ଏବଂ ଗ୍ରାମବାସୀଙ୍କୁ ବହୁତ ବୁଝାଇବା ପରେ ବିଫଳ ହୋଇଥିଲା ପୋଲିସ । ଶେଷରେ ରବିବାର ରାତି ୧୦ଟା ପରେ ମହାପ୍ରୟାଣ ଗାଡିରେ ମୃତ ଗୋବର୍ଦ୍ଧନଙ୍କ ନିଜ ଗାଁ ବଡପଞ୍ଜରିଆଗୁଡାକୁ  ପଠାଇଥିଲା ପୋଲିସ । ଏହାକୁ ପରିବାରଲୋକେ ଓ ଗ୍ରାମବାସୀ ଘୋର ବିରୋଧ କରି ଶବକୁ ଗ୍ରହଣ କରି ନଥିଲେ । ଯାହାଫଳରେ ଶବ ନେଇଥିବା ମହାପ୍ରୟାଣ ଗାଡ଼ିଟି ରାତି ତମାମ ବଡପଞ୍ଜାରିଆ ଗୁଡା ରେ ପଡ଼ିରହିଥିଲା । ତେବେ ଏନେଇ କୋଡିଙ୍ଗା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗରଙ୍କୁ ସସପେଣ୍ଡ କରିଛନ୍ତି ଡିଜିପି ଆର.ପି ଶର୍ମା ।