ଭୁବନେଶ୍ବର, ୨୭/୦: ରାଜଧାନୀ ଭୁବନେଶ୍ବରରେ ନିଶା ମାଫିଆକୁ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡ୍ରଗ୍ସ ଡିଲର୍ ପୁପୁନ ମାଝୀକୁ ଏନକାଉଣ୍ଟର  କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଇନ୍ଫୋଭାଲି ଅଞ୍ଚଳରେ ପୁପୁନ୍ ସହ ପୁଲିସ ମୁହାମୁହିଁ ହୋଇଥିଲା। ପୁଲିସ ଉପରକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେଶାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା ପୁପୁନ୍। ତା’ ପାଖରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।

ସୂଚନା ଅନୁଯାୟୀ, ଅପରାଧୀ ପୁପୁନ ଘର ଗଞ୍ଜାମ ବୁଗୁଡା ଅଞ୍ଚଳରେ । ତା’ ନାଁରେ ଗଞ୍ଜାମ ଜିଲ୍ଲାରେ ୨୦ ରୁ ଅଧିକ ସଙ୍ଗୀନ ମାମଲା ରହିଛି । ରାଜଧାନୀରେ ମଧ୍ୟ ପୁପୁନ ନାଁରେ ଏକାଧିକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି । ପୁପୁନ ନିକଟରୁ ଗୋଟିଏ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ଓ ବାଇକ ଜବତ କରାଯାଇଛି ।  ସ୍ପେଶାଲ କ୍ରାଇମ ୟୁନିଟ୍ ଗୁଳିରେ ଆହତ ହୋଇଥିବା ପୁପୁନ୍ କୁ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ତେବେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ SCB ମେଡିକାଲକୁ ପଠାଇ ସ୍ଥାନାନ୍ତରଣ କରାଯାଇଛି ।

ଅଧିକ ପଢ଼ନ୍ତୁ-Third Degree Torture : ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀଙ୍କ ଦବଙ୍ଗଗିରି, ମା’ର ସିନ୍ଦୂର ପୋଛିଦେଲେ... ପୁଅକୁ ପିଟିଲେ