ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସାଇବର ଠକେଇ ଟଙ୍କା ଉଦ୍ଧାରରେ ପୁଲିସ ଫେଲ୍‌, ୬୮ କୋଟି ଠକେଇ, ମିଳିଛି ମାତ୍ର ୧.୪ କୋଟି

Published By : Rasmita Pradhan | October 10, 2024 1:17 PM

ଭୁବନେଶ୍ୱର, ୧୦/୧୦ : ସାଇବର ଠକର ଅଦୃଶ୍ୟ ଜଗତରୁ ଟଙ୍କା ଫେରସ୍ତ ଆଣିବାରେ କମିଶନରେଟ୍‌ ପୁଲିସ ଫେଲ୍‌ ମାରିଛି । ଗଲା ୯ ମାସରେ ପ୍ରାୟ ୬୮ କୋଟି ୭୯ ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିଲା । କିନ୍ତୁ ପୁଲିସ ମାତ୍ର ୧.୪ କୋଟି ଟଙ୍କା ଫେରସ୍ତ ଆଣିପାରିଛି । ସେସବୁ ଟଙ୍କାକୁ ପୁଲିସ କ୍ଷତିଗ୍ରସ୍ତମାନଙ୍କୁ ଫେରାଇଛି । ପ୍ରାୟ ୧୧ କୋଟି ୮୬ ଲକ୍ଷ ୭୪ ହଜାର ୬୪୩ ଟଙ୍କାକୁ ଅଚଳ କରାଯାଇଛି । କିନ୍ତୁ ବଳକା ୫୫.୫ କୋଟି ଟଙ୍କା ସାଇବର ଠକ ଚଳୁ କରି ଦେଇଛନ୍ତି ।  

ବୁଧବାର ଡିସିପି ପିନାକ ମିଶ୍ର ୭ଜଣ ଅଭିଯୋଗକାରୀଙ୍କୁ ପ୍ରାୟ ୪୪ ଲକ୍ଷ ଟଙ୍କା ଫେରାଇଛନ୍ତି । ଡିସିପିଙ୍କ ସୂଚନା ମୁତାବକ, ବର୍ଷ ଆରମ୍ଭରୁ ସାଇବର ଠକଙ୍କ ଦୌରାତ୍ମ ବଢ଼ିଚାଲିଛି । ଡିଜିଟାଲ ଆରେଷ୍ଟ ଓ ଟ୍ରେଡିଂକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କୁ ଠକି ଚାଲିଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ ୩୬୬୦ଟି ଅଭିଯୋଗ ସାମ୍ନାକୁ ଆସିଛି । ପୁଲିସ ସାଇବର ଅପରାଧ ସମ୍ପର୍କିତ ମାମଲାର ତଦନ୍ତ କରି ଏଯାବତ୍‌ ମୋଟ ୨୪ଜଣଙ୍କୁ ଗିରଫ କରିଛି । ସାଇବର ଅପରାଧୀଙ୍କୁ ପିଛା କରି ପଶ୍ଚିମବଙ୍ଗ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଆସାମ, ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ଯାଇଛି । ସେଠାକାର ବ୍ୟାଙ୍କଗୁଡି଼କ ସହ ଯୋଗାଯୋଗ କରି ଠକେଇ ଟଙ୍କାକୁ ଫେରସ୍ତ ଆଣିବା ପାଇଁ ପୁଲିସ ସବୁ ପ୍ରକାର ଜୋର୍‌ ଲଗାଇଛି । କିନ୍ତୁ ସାଇବର ଠକମାନେ ଟଙ୍କା ଠକିବା ପରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ଅନ୍‌ଲାଇନ୍‌ ସପିଂ ଜରିଆରେ ଦାମୀ ସାମଗ୍ରୀ କିଣୁଛନ୍ତି । ଏସବୁ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ଆଣିବା କାଠିକର ପାଠ ହୋଇପଡୁଛି । କେହି ଠକେଇର ଶିକାର ହେଲେ, ତୁରନ୍ତ ଡାଏଲ ୧୯୩୦ କିମ୍ବା ଚକ୍ଷୁ ପୋର୍ଟାଲ ଓ ସଞ୍ଚାରସାଥୀ ୱେବ୍‌ସାଇଟ୍‌ରେ ଅଭିଯୋଗ କରିବାକୁ ଡିସିପି ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.