ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଫିଟ୍‌ନେସକୁ ଅଣଦେଖା : ପେଟ ଧରି ବୁଲୁଛନ୍ତି ଡିଏସ୍‌ପି, ଏଏସ୍‌ପି ଓ ଇନ୍ସପେକ୍ଟର, ଶେଷ ଥର କେବେ ଦୌଡ଼ିଥିଲେ ମନେ ନାହିଁ

ଭୁବନେଶ୍ଵର, ୨୪/୧୧ : ଶାରୀରିକ ଫୂର୍ତ୍ତି ନଥିବା ପୁଲିସ୍‌ କର୍ମଚାରୀଙ୍କୁ ଆଉ କମିସନରେଟ୍‌ ପୁଲିସ୍‌ରେ ଜାଗା ମିଳିବନି । ଅମୁକ ମାସ ସୁଦ୍ଧା ସମସ୍ତେ ବ୍ୟାୟାମ କରି ପେଟ କମାଇବେ । ବିଏମ୍‌ଆଇ (ବୟସ ଓ ଉଚ୍ଚତା ଅନୁସାରେ ଓଜନ ସ୍ତର) ଠିକ୍‌ ରଖିବାକୁ ନିଜକୁ ପ୍ରସ୍ତୁତ କରିବେ । ନ ହେଲେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପଦୋନ୍ନତି ମିଳିବନି କିମ୍ୱା ବାଧ୍ୟତାମୂଳକ ଅବସର ଦିଆଯିବ । ଏମିତି ଏକ ଲମ୍ବା ଚଉଡ଼ା ନିର୍ଦ୍ଦେଶନାମା ଜାରି କରିଥିଲା କମିଶନରେଟ୍‌ ପୁଲିସ୍‌ । ନିର୍ଦ୍ଦେଶନାମା ଅବଧି ଶେଷ ହୋଇଥିଲେ ମଧ୍ୟ ଜଣେ ହେଲେ ପେଟୁଆ ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏଠି ଥାନା ସମ୍ଭାଳିଥିବା ଖୋଦ୍‌ ଇନ୍ସପେକ୍ଟରମାନେ ବି ଫିଟ୍‌ ନାହାନ୍ତି । ଅଫିସ୍‌ କଥା ଛାଡ଼, ଥାନା କାର୍ଯ୍ୟ କରୁଥିବା ଇନ୍ସପେକ୍ଟରଙ୍କ ଅବସ୍ଥା ନ କହିବା ଭଲ । କଟକ-ଭୁବନେଶ୍ୱରରେ ଥାନାରେ ମୁତୟନ ଥିବା ୫୦ ଜଣ ଇନ୍ସପେକ୍ଟରଙ୍କ ମଧ୍ୟରୁ ୧୨ ଜଣଙ୍କୁ ଛାଡ଼ିଲେ ସମସ୍ତଙ୍କ ପେଟ ଆଗକୁ ଚମକୁଛି । ଭୁବନେଶ୍ୱରରେ ୬ ଜଣଙ୍କ ଥାନା ବୁବୁଙ୍କୁ ଛାଡ଼ିଲେ ବାକି ସବୁ ପେଟୁଆ । ଶେଷ ଥର ପାଇଁ ଏମାନେ କେବେ ଦୌଡ଼ିଥିଲେ ତାହା ସେମାନଙ୍କର ବି ମନେ ନାହିଁ । 

୨୦୨୨ ମସିହାରେ ବିଧାନସଭା ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ପଛରେ ଧାଉଁଥିବା ଜଣେ ଇନ୍ସପେକ୍ଟର ତାଙ୍କ ଦୌଡୁଥିଲେ । ହେଲେ ତାଙ୍କ ପେଟ ପାଇଁ ତଳେ ପଡ଼ି ଗଡ଼ି ଗଲେ । ଖାଲି ଇନ୍ସପେକ୍ଟର ନୁହେଁ ନବନିଯୁକ୍ତ କନ୍‌ଷ୍ଟେବଲ୍‌ ଓ ଏସ୍‌ଆଇଙ୍କୁ ଛାଡ଼ିଲେ ବାକି ସବୁ ଅନ୍‌ଫିଟ୍‌ । ଓଡ଼ିଶା ପୁଲିସ୍‌ର ମେରୁଦଣ୍ଡ ହେଉଛି ଏସ୍‌ଆଇ । ବିଭାଗୀୟ ପଦୋନ୍ନତି ପାଇ ଯେଉଁମାନେ ଏସ୍‌ଆଇ ହୋଇଛନ୍ତି ସେମାନଙ୍କ ଅବସ୍ଥା ଶୋଚନୀୟ । କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱରରେ ଥିବା କିଛି ଅଫିସର ନିଜ ପେଟ ପାଇଁ ତାଙ୍କ ଆଣ୍ଠୁ ଦେଖି ପାରୁନାହାନ୍ତି । ଯଦି ସେମାନଙ୍କର ଶାରୀରିକ ପରୀକ୍ଷା କରାଯାଏ ତା’ହେଲେ ସେମାନେ ପ୍ରଥମେ ଚାକିରିରୁ ବହିଷ୍କାର ହେବେ । ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ପୁଲିସ୍‌ କର୍ମଚାରୀମାନେ ଖେଳକୁଦ କରି ଫୂର୍ତ୍ତି ଥାଆନ୍ତି । କିନ୍ତୁ କାର୍ଯ୍ୟରେ ଯୋଗଦେବା ପରେ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଫଳରେ ମେଦ ବହୁଳତା ସମସ୍ୟା ବଢ଼ିଥାଏ । ସେଥିପାଇଁ ଶାରୀରିକ ଫୂର୍ତ୍ତି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲା କମିଶନରେଟ୍‌ ପୁଲିସ୍‌ । ନିଜ ହିତ ଦୃଷ୍ଟିରୁ ପେଟୁଆ କର୍ମଚାରୀମାନେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ତତ୍କାଳୀନ ପୁଲିସ୍‌ କମିଶନର୍‌ ପରାମର୍ଶ ଦେଇଥିଲେ । 

ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ତାରିଖରେ ସମସ୍ତଙ୍କର ବିଏମ୍‌ଆଇ ମାପ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୦ ଜଣଙ୍କର ବିଏମ୍‌ଆଇ ସ୍ତର ସାଧାରଣରୁ ଅଧିକ ଅର୍ଥାତ୍‌ ୨୫ରୁ ବେଶି ଥିଲା । ଏଣୁ ସେମାନଙ୍କୁ ବ୍ୟାୟାମ କରି ବିଏମ୍‌ଆଇ ସ୍ତର ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରିଜର୍ଭ ପୁଲିସ ପରିସରରେ ୬ ସପ୍ତାହର ରିଫ୍ରେସର୍‌ କୋର୍ସ କରାଯାଇଥିଲା । ୬ ସପ୍ତାହ ପରେ ଅର୍ଥାତ୍‌ ସେପ୍ଟେମ୍ୱରରେ ପୁନଶ୍ଚ ଏହି ବିଏମ୍‌ଆଇ ମାପ ହେବାର ଥିଲା । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲେ ବା ବିଏମ୍‌ଆଇ ପୂର୍ବବତ୍‌ ଥିଲେ ସେମାନଙ୍କର ଇନ୍‌କ୍ରିମେଣ୍ଟ ବନ୍ଦ କିମ୍ୱା ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି କଡ଼ା ଚେତାବନୀ ଦିଆଯାଇଥିଲା । ଘଟଣାକୁ ଦିନ କେଇଟା ପରେ ୪ ବର୍ଷ ବିତିବ, ହେଲେ ଏପର୍ଯ୍ୟନ୍ତ କର୍ମଚାରୀଙ୍କର ବିଏମ୍‌ଆଇ ଦ୍ୱିତୀୟ ଥର ମାପ କରାଯାଇନାହିଁ । ଓଡ଼ିଶା ପୁଲିସ୍‌ ମାନୁଆଲ୍‌ କହୁଛି, ପୁଲିସ୍‌ ଚାକିରିରେ ଯୋଗ ଦେବା ଠାରୁ ଅବସର ପର୍ଯ୍ୟନ୍ତ ଫିଟ୍‌ନେସ୍‌ ରହିବା ବାଧ୍ୟତମୂଳକ । ନହେଲେ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯିବ । 

ନିୟମ କହୁଛି ଚାକିରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତି ବର୍ଷ ଡିସେମ୍ବରରେ ବିଭାଗୀୟ ତାଲିମ୍‌ (ମୋବିଲାଇଜେସନ୍‌ କଣ୍ଟିନଜେଣ୍ଟ) ଦିଆଯାଏ । ୧୫ ଦିନ ଧରି ଏହି ତାଲିମ୍‌ରେ ବନ୍ଧୁକ ଚାଳନା ଠାରୁ ଶାରୀରିକ ଓ ମାନସିକ ପରୀକ୍ଷା କରାଯାଏ । ପୂର୍ବ ସରକାର ଖର୍ଚ୍ଚ କାଟ୍‌ କରିବା ପାଇଁ ଏହି ତାଲିମ୍‌ ବନ୍ଦ କରି ଦେଇଛନ୍ତି । ଖାଲି ସେତିକି ନୁହେଁ, ପୁଲିସ୍‌ ମାନୁଆଲ୍‌ରେ ରହିଛି, ଅଫିସର ହେଉ କି କର୍ମଚାରୀ ଚାକିରି କାଳ ମଧ୍ୟରେ ୭ ଥର ଗୃହ ବିଭାଗ ପାଖରେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦେବେ । ଚାକିରି ପରେ ଯେତେବେଳେ ତାଙ୍କୁ ୪୦ ବର୍ଷ ହେବ ସେମାନେ ନିଜର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦାଖଲ କରିବେ । ପରେ ୫୦ ବର୍ଷ ଏବଂ ୫୫ ବର୍ଷ ବୟସରେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦେବେ । ୫୫ ବର୍ଷ ପରେ ଅବସର ନେଲା ପର୍ଯ୍ୟନ୍ତ ପ୍ରତି ବର୍ଷ ଏହି ସାର୍ଟିଫିକେଟ୍‌ ଦେବା ବାଧ୍ୟତାମୂଳକ ବୋଲି ପୁଲିସ୍‌ ମାନୁଆଲ୍‌ରେ ଉଲ୍ଲେଖ ରହିଛି । ଥରେ ଚିନ୍ତା କରନ୍ତୁ ଏଭଳି ଫିଟ୍‌ନେସ୍‌ ନ ଥିବା ପୁଲିସ ଅଫିସରମାନେ କେତେ ଦୂର ଚୋର ବଦ୍‌ମାସଙ୍କୁ କାବୁ କରିପାରିବେ?

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.