PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଆଜି ଗିରଫ ହୋଇପାରନ୍ତି ଇମରାନ୍‌ ଖାନ୍‌; ଲାହୋର ଗସ୍ତରେ ବଲୁଚିସ୍ତାନ ପୁଲିସ

Image Courtesy: Telegraph India

ନୂଆଦିଲ୍ଲୀ,୦୮/୦୩: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ତହରିକ-ଏ-ଇନ୍‌ସାଫ୍‌ର ଅଧ୍ୟକ୍ଷ ଇମରାନ୍‌ ଖାନ୍‌ଙ୍କର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ଅନୁଷ୍ଠାନ ବିରୋଧରେ ଆପତ୍ତିମୂଳକ ଭାଷଣ ଦେଇଥିବା ଅଭିଯୋଗରେ ଇମ୍‌ରାନ୍‌ଙ୍କୁ ଗିରଫ କରିବା ପାଇଁ ବଲୁଚିସ୍ତାନ ପୋଲିସର ଏକ ଟିମ୍ ବୁଧବାର ଲାହୋର ଅଭିମୁଖେ ଗସ୍ତ କରିଛନ୍ତି। ପୋଲିସ ଟିମ୍ ଗିରଫ ୱାରେଣ୍ଟ ସହିତ ଜମାନ ପାର୍କ ଯିବେ।

ସୂଚନାଥାଉକି, ପୋଲିସ୍ ଟିମ୍‌ଙ୍କ ସହିତ ପିଟିଆଇ ସମର୍ଥକଙ୍କର ସାମ୍ନାସାମ୍ନି ପରିସ୍ଥିତି ଉପୁଜିପାରେ, କାହିଁକି ନା ଏମାନେ ଇସଲାମାବାଦରେ ପୋଲିସକୁ ସେମାନଙ୍କ ଦଳର ମୁଖିଆଙ୍କ ବାସଭବନ ଯାଞ୍ଚ କରିବାକୁ ଦେଇନଥିଲେ। ତେବେ ସୋମବାର ଦିନ ବଲୁଚିସ୍ତାନର ରାଜଧାନୀ କ୍ୱେଟାରେ ପୋଲିସ ଏକ ସରକାରୀ ଅନୁଷ୍ଠାନ ବିରୋଧରେ ଘୃଣ୍ୟ ଭାଷଣ ଦେବା ଅଭିଯୋଗରେ ବିଜଲି ରୋଡ ପୋଲିସ ଷ୍ଟେସନରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଏତଲାରେ ଅଭିଯୋଗକାରୀ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ,’ଇସଲାମାବାଦ ପୁଲିସ ପିଟିଆଇ ମୁଖ୍ୟଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କ ପହଞ୍ଚିଥିଲା, କିନ୍ତୁ ସେଠାରୁ ଇମରାନ୍‌ ରକ୍ଷା ପାଇଯାଇଥିବା ବେଳେ ପରେ ଏକ ଲିଙ୍କ୍‌ ଜରିଆରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସେଠାରେ ସେ ସରକାରୀ ଅନୁଷ୍ଠାନ ଗୁଡ଼ିକ ଉପରେ ଅଶାଳୀନ ଭାଷାରେ ମନ୍ତବ୍ୟ ରଖିଥିଲେ।

ଆବେଦନକର୍ତ୍ତା କହିଛନ୍ତି ଯେ, ଇମରାନ୍‌ ଖାନ୍‌ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଅଭିଯୋଗ ଆଣିଛନ୍ତି ଏବଂ ଦେଶରେ ଅଶାନ୍ତି ସୃଷ୍ଟି ହେଲାଭଳି ଚେଷ୍ଟା କରୁଛନ୍ତି ବୋଲି କୁହାଯାଇଛି। ଇସଲାମାବାଦର ଏକ କୋର୍ଟ ତୋସାଖାନା ମାମଲାରେ ଇମରାନ୍‌ ଖାନ୍‌ଙ୍କ ବିରୁଦ୍ଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। ଏହା ପରେ ରବିବାର ପୁଲିସ ଇମରାନ୍‌ଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା। ସୂଚନାଥାଉକି, ଗତବର୍ଷ ଇମରାନ୍‌ ଖାନ୍‌ ଅବିଶ୍ବାସ ପ୍ରସ୍ତାବ ଜରିଆରେ କ୍ଷମତାରୁ ହଟିଥିଲେ।

ସମ୍ବନ୍ଧିତ ଖବର