ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

୨ ବିଜେପି ନେତାଙ୍କୁ ପୁଲିସ ସମନ୍‌

ଛତ୍ରପୁର,୨୯ା୧(ଆପ୍ର): ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଞ୍ଜାମ ପୁଲିସ ବିଜେପିର ଦୁଇ ଜଣ ବରିଷ୍ଠ ନେତାଙ୍କୁ ସମନ କରିଥିବା ସୂଚନା ମିଳିଛି । ସ୍ୱତନ୍ତ୍ର ବାହକ ଯୋଗେ ସମନ ପଠାଯାଇଥିବା ବି କୁହାଯାଉଛି । ବିଜେପି ମୁଖପାତ୍ର ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଓ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଜାରି ହୋଇଥିôବା ସୂଚନା ମିଳିଛି ।
ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ଏ ଖବର ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ ରାଏ କିଛି ସ୍ପଷ୍ଟ କରିନାହାନ୍ତି । ପୂର୍ବରୁ ୨୦୧୭ ନଭେମ୍ବର ୧ରେ ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇଥିଲେ । ସମର୍ଥକଙ୍କ ଗହଣରେ ବିଶାଳ ପଟୁଆର କରି ଗୋଲକ ମହାପାତ୍ର ଥାନାରେ ପହଞ୍ଚିଥିଲେ । ଏନେଇ ଥାନା ଆଗରେ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା । ବିଭିନ୍ନ ଦିଗରୁ ତାଙ୍କୁ ପୁଲିସ ମାରାଥନ୍‌ ଜେରା କରିଥିଲା । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ କୃଷ୍ଣ ନାୟକ ଓ ଏନ୍‌. ଦୁର୍ଯ୍ୟୋଧନ ରେଡି ଆତ୍ମଗୋପନ କରିବାରେ ସହାୟତା କରିଥିôବା ଅଭିଯୋଗ ହୋଇଥି୍‌ଲା । ଅକ୍ଟୋବର ୨୮ରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଡେରାଡୁନ୍‌ର ଏକ ଗେଷ୍ଟହାଉସ୍‌ରୁ ଗିରଫ କରିଥିଲା । ଏହି ଅଭିଯୁକ୍ତଙ୍କ ରହଣି ପାଇଁ ଗୋଲକ ମହାପାତ୍ର ସୁବିଧା କରାଇ ଦେଇଥିବା ଅଭିଯୋଗରେ ପୁଲିସ ଜେରା କରିଥିଲା । କିନ୍ତୁ ଭୃଗୁ ବକ୍ସିପାତ୍ରଙ୍କ ବିରୋଧରେ ଅଭିଯୋଗ ସ୍ପଷ୍ଟ ହୋଇନାହିଁ । ତାଙ୍କୁ ପୂର୍ବରୁ ଜେରା କରାଯାଇ ନଥିଲା । ଛତ୍ରପୁର ଏନ୍‌ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ବୀଭତ୍ସ ଭାବେ ତାଙ୍କ ଘର ସମ୍ମୁଖରେ ସଂଘବଦ୍ଧ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୁଲିସ ୧୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ । ତଥାପି ତଦନ୍ତ ଫାଇଲ୍‌ ଖୋଲା ରଖିଛି ପୁଲିସ୍‌ । ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ପ୍ରଧାନ ଏହି ଘଟଣାର ତଦନ୍ତ କରୁଛନ୍ତି । ଏନେଇ ପ୍ରତିକ୍ର୍ରିୟା ଚାହିଁବାରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ମିଳିନାହିଁ । ଇଲେକ୍ଟ୍ରାନିକ୍‌ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି । ଚିଟ୍‌ଫଣ୍ଡ ମାମଲାରେ ଆଜି ପୂର୍ବାହ୍ନରେ ବିଜେଡିର ୨ ବିଧାୟକଙ୍କୁ ସିବିଆଇ ନୋଟିସ୍‌ କରିବା ପରେ ଏହାର ଜବାବରେ ରାଜ୍ୟ ଶାସକ ଦଳ ପ୍ରତିଶୋଧପରାୟଣ ହୋଇ ଏଭଳି କରିଥାଇପାରନ୍ତି ।

Copyright © 2022 - Summa Real Media Private Limited. All Rights Reserved.