ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପକ୍ଷପାତିତା ଅଭିଯୋଗରେ ଥାନାଧିକାରି ହଟହଟା; ମହିଳାମାନେ କଲେ ଥାନା ଘେରାଉ

Published By : Bijay Swain | May 16, 2025 11:31 PM

କାଳିଆପାଣି ୧୬/୫: କାଳିଆପାଣି ଥାନା ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଥାନା ଅଧିକାରୀଙ୍କ ବୈମାତୃକ ମନୋଭାବ ଓ ପକ୍ଷପାତିତା ଅଭିଯୋଗ କରି କିଛି ମହିଳା ଥାନା ଘେରାଉ ସହ ଥାନା ସମ୍ମୁଖରେ ଅନଶନରେ ବସି ରହିଥିବା ଦେଖିବାକୁ ମିଳିଛି। 

ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ କାଳିଆପାଣି ଥାନା ସନ୍ନିକଟ  ବିଜିଆର କ୍ୟାମ୍ପରେ ରହୁଥିବା ପ୍ରତିମା ନାୟକ ନାମକ ଜୈନିକ ମହିଳାଙ୍କୁ କିଛି ଦିନ ତଳେ ସେହି କଲୋନୀରେ ରହୁଥିବା କିଛି ଯୁବକ ଆଶାଳିନ ବ୍ୟବହାର କରିବା ସହିତ ଗାଳି ଗୁଲଜ କରିଥିବା ନେଇ କାଳିଆପାଣି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ ଥାନାଧିକାରୀ ଅଦ୍ୟାବଧି ଅଭିଯୁକ୍ତ ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। 

ଏନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ପୂର୍ବତନ ବ୍ଲକ ଅଧକ୍ଷା ଭଗବତୀ ମହାନ୍ତଙ୍କ ନେତୃତ୍ୱରେ କାଳିଆପାଣି ଗ୍ରାମର ବହୁ ମହିଳା ଆଜି ଥାନା ଘେରାଉ କରି  ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ। ଏଥିରେ ପକ୍ଷପାତିତା ନିତି ଅବଲମ୍ବନ କଲେ ବାଧ୍ୟ ହୋଇ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ। ଥାନା ଅଧିକାରୀ  ଶିବ ଚରଣ ବେହେରା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ତଦନ୍ତ ଚାଲିଛି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିବା ଶ୍ରୀମତୀ ମହାନ୍ତ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.