ଭୁବନେଶ୍ବର, ୯।୬ : ତକିଆ ତଳେ ଶୋଇଥିଲା ଥିଲା ବିଷାକ୍ତ ଚିତି। ତକିଆ ଉପରେ ମୁଣ୍ଡ ରଖିଥିଲେ ଆଇଆଇସି। ଦୁଇଦିନ ପରେ ସାପ ବାହାର କଲେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ। ଏପରି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ସତ।
କମିଶନରେଟ ପୋଲିସର ଜନୈକ ଥାନା ଅଧିକାରୀଙ୍କ ରେଷ୍ଟ ଅଞ୍ଚଳରେ ଗୋଟିଏ ସାପ ବୁଲୁଥିବା ଖବର ପାଇ ଥାନା କର୍ମଚାରୀମାନେ ସାପକୁ ଘଉଡ଼ାଇବାକୁ ଲାଗିଲେ। ହଠାତ୍ ସାପଟି ମଧ୍ୟ କୁଆଡେ ଚାଲି ଥିଲା। ଘଟଣାକୁ ଦୁଇଦିନ ହୋଇଯାଇଥିବା ବେଳେ ଆଇଆଇସି ତାଙ୍କ ରେଷ୍ଟ୍ ରୁମ୍ ରେ ଖାଇବାକୁ ଗଲା ବେଳେ କିଛି ଗୋଟେ ହଲଚଲ୍ ହେଉଥିବା ଦେଖିଲେ। ପାଖକୁ ଯାଇ ଦେଖିବା ବେଳକୁ ଲାଞ୍ଜ ଦେଖା ଗଲା। ଆଉ ତକିଆ ଆଡେଇବା ବେଳେ ଜଣା ପଡ଼ିଥିଲା ଯେ ଏ ହେଉଛି ସେହି ବିଷାକ୍ତ ଚିତି ସାପ ଯାହାକୁ ଦୁଇଦିନ ତଳେ ଦେଖା ଯାଇଥିଲା। ସାପକୁ ଦେଖି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ସାପ କହି ଅନ୍ୟ କର୍ମଚାରୀଙ୍କୁ ଡକାଇଥିଲେ। ଏଥି ସହ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଆସି ଚିତି ସାପକୁ ଘର ଭିତରୁ ବାହାର କରିଥିଲେ। ତେବେ ଉଦ୍ଧାର ହୋଇଥିବା ଚିତି ସାପଟି ସାମାନ୍ୟ ଆହତ ହୋଇଥିବାରୁ ତାକୁ ନିକଟ ବଣରେ ଛାଡ଼ି ଦେଇଥିଲେ। ସେପଟେ ସାପଟି ଦୁଇଦିନ ଥାନା ଅଧିକାରୀଙ୍କ ରେଷ୍ଟ୍ ରୁମ୍ ରେ ରହି ମଧ୍ୟ କେହି ଆହତ ହୋଇ ନଥିବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।