ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ରାଜଧାନୀରେ ୨ ବାର୍‌ରେ ପୁଲିସର ଚଢଉ, ସାଉଣ୍ଡ ସିଷ୍ଟମ ଜବତ

Published By : Prameya | May 19, 2025 8:45 AM

ଭୁବନେଶ୍ୱର,୧୯/୦୫: କସ୍‌ମସ୍‌ ବାରରେ ଗୁଳିମାଡ଼ ପରେ କମିଶନରେଟ୍‌  ପୁଲିସ ବିଭିନ୍ନ ବାରରେ ଚାଲିଥିବା ଅନିୟମିତତା ରୋକିବାକୁ ଗୁରୁତ୍ୱ ଦେଇଛି । ଡିସିପି  ଜଗମୋହନ ମୀନାଙ୍କ କଡ଼ା ନିର୍ଦ୍ଦେଶ ପରେ ପୁଲିସ ୨ଦିନ ଧରି ଲଗାତାର ବାରରେ  ଚଢ଼ଉ ଚଳାଇଛି । ୨ଟି ବାରରୁ ଡିଜେ ଓ ଆମ୍ପ୍ଲିଫାୟାର ଜବତ କରିଛି । 

ସୂଚନା  ମୁତାବକ, ଗତକାଲି ବିଳମ୍ବିତ ରାତିରେ  ସହିଦନଗର ଥାନା ପୁଲିସ ବିଭିନ୍ନ ବାର୍‌ରେ ଚଢ଼ାଉ କରିଥିଲା । ନିର୍ଦ୍ଧାରିତ ସମୟ ପରେ ବି କୋଷିନା ବାର୍‌ ଓ ଆଇନେକ୍ସ ବାର ଖୋଲା ଥିବା ପୁଲିସ ଦେଖିଥିଲା ।  ତୁରନ୍ତ ଏହି ୨ଟି ବାର୍‌ରୁ ମ୍ୟୁଜିକ୍‌ ସିଷ୍ଟମକୁ ବନ୍ଦ କରିଥିଲା । ଗ୍ରାହକମାନଙ୍କୁ ବାରରୁ ବାହାର କରିଥିଲା । ୨ଟି ବାରରୁ ୬ଟି ସାଉଣ୍ଡ ସିଷ୍ଟମକୁ ଜବତ କରାଯାଇଛି । ଡିସିପି  ଚେତାଇଛନ୍ତି ଯେ, ବାରରେ କୌଣସି ପ୍ରକାରର ଅନିୟମିତତାକୁ ବରଦାସ୍ତ କରାଯିବନି ।  ପ୍ରତି ଥାନା ପୁଲିସ ସେହି ଅଞ୍ଚଳର ବାର୍‌ରେ ନିୟମିତ ଢ଼ଙ୍ଗରେ ଯାଞ୍ଚ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.