PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ରାହୁଲ ଗାନ୍ଧିଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ଫଟୋ ଭାଙ୍ଗିବା ଘଟଣା, କଂଗ୍ରେସ କର୍ମୀ ହିଁ କରିଥିଲେ ଏମିତି କାରନାମା: ପୋଲିସ ରିପୋର୍ଟ

ଓ୍ବାୟନାଡ୍‌ ୦୪/ ୦୭: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଓ୍ବାୟନାଡ୍‌ ସ୍ଥିତ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ଫଟୋ ଭଙ୍ଗାରୁଜା ଘଟଣାର ଖୁଲାସା କରିଛି ପୋଲିସ । ଗତ ଜୁନ ୨୪ ତାରିଖରେ ଷ୍ଟୁଡେଣ୍ଟ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (SFI)ର କାର୍ଯ୍ୟକର୍ତ୍ତା ମାନେ ରାହୁଲଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସୋମବାର ଓ୍ବାୟନାଡ୍‌ ପୋଲିସ ଚାଞ୍ଚଲ୍ୟକର ଖୁଲାସା କରିଛି । କଂଗ୍ରେସ ସାଂସଦଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ଫଟୋ ଅନ୍ୟ କେହି ନୁହେଁ ବରଂ କଂଗ୍ରେସ କାର୍ଯ୍ୟକର୍ତ୍ତା ହିଁ ଭାଙ୍ଗିଥିଲେ । ଘଟଣାର ତଦନ୍ତ କରି ଗୃହ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଏଡିଜିପି ମନୋଜ ଆବ୍ରାହମ ।

ସୂଚନାଯୋଗ୍ୟ, ପର୍ଯ୍ୟାବରଣକୁ ନେଇ ସୁପ୍ରିମକୋର୍ଟର ରାୟ ପ୍ରକାଶ ପରେ ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲା ଷ୍ଟୁଡେଣ୍ଟ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (SFI) । କିନ୍ତୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଥିଲେ ରାହୁଲ । ଏଥିରେ ଅସନ୍ତୁଷ୍ଟ ଏସଏଫଆଇ କାର୍ଯ୍ୟକର୍ତ୍ତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ପ୍ରଦର୍ଶନ କରିବା ସହିତ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ଘଟଣାର ୭ଦିନ ପରେ ଅର୍ଥାତ ଜୁଲାଇ ୧ ତାରିଖରେ ଓ୍ବାୟନାଡ୍‌ ଆସିଥିଲେ ରାହୁଲ ଗାନ୍ଧି । SFI କାର୍ଯ୍ୟକର୍ତ୍ତା କାର୍ଯ୍ୟାଳୟ ମଧ୍ୟରେ ଭଙ୍ଗାରୁଜା କରିଥିବା ନେଇ ପ୍ରଥମେ ଜଣାପଡିଥିଲା । ଯାହାକୁ ନେଇ ଥାନାରେ ମଧ୍ୟ ଏତଲା ହୋଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଜଣାପଡିଥିଲା ଯେ, SFI କାର୍ଯ୍ୟକର୍ତ୍ତା ନୁହେଁ ବରଂ କଂଗ୍ରେସ କର୍ମୀ ମାନେ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ଏବଂ କାନ୍ଥରେ ଥିବା ମହାତ୍ମା ଗାନ୍ଧିଙ୍କ ଫଟୋ ମଧ୍ୟ ଭାଙ୍ଗିଥିଲେ ।