PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆନ୍ଦୋଳନକୁ ଓହ୍ଲାଇବେ ପୁଲିସ୍‌

source:odishasuntimes.com

ଭୁବନେଶ୍ୱର,୬ା୨(ବ୍ୟୁରୋ): ବହୁତ ହୋଇଗଲା । ଏବେ ୨୪ ଘଣ୍ଟା ଭିତରେ ଆମର ୬ଟି ଦାବି ମାନି ନିଅ । ନ ହେଲେ ଆମେ ଆମ ପାୱାର ଦେଖାଇ ଦେବୁ । ଏହା ହେଉଛି ସରକାରଙ୍କୁ ଓଡ଼ିଶା ପୁଲିସ୍‌ର କଡ଼ା ଚେତାବନୀ । ପୁଲିସ୍‌ ଅଫିସ୍‌ର, ହାବିଲଦାର, କନଷ୍ଟେବଳ ଓ ସିପାହୀ ସଂଘ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ଦାବି ପୂରଣ ନ ହେଲେ ଆସନ୍ତା ଶୁକ୍ରବାର ଦିନ ସମସ୍ତେ ଆନ୍ଦୋଳନକୁ ଓହ୍ଲାଇବେ ।
ସଂଘ ସମୂହ ପକ୍ଷରୁ କୁହାଯାଇଛି, ୨୪ ଘଣ୍ଟା ମଧ୍ୟରେ ସପ୍ତମ ବେତନ କମିଶନରେ ଥିବା ଅସଙ୍ଗତି ଦୂର କରିବା ସହିତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଘରଭଡ଼ା, ମାସିକ ମେଡିସନ୍‌ ଭତ୍ତା ଭାବେ ୧୨୦୦ ଟଙ୍କା, ବାଇକ୍‌ ଭତ୍ତା ୧୫୦୦ ଟଙ୍କା, ପୋଷାକ ରକ୍ଷଣା ବେକ୍ଷଣ ଭତ୍ତା, ଟିଏ, ଡିଏ, ଏଚ୍‌ଆରଏ ଦିଆଯାଉ । ଆମେ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଲୁ । ଏଥିପାଇଁ ଆମେ ଗୁରୁବାର ଦିନ କଳାବ୍ୟାଚ୍‌ ପିନ୍ଧି କାମ କରିବୁ । ଏହା ଭିତରେ ଯଦି ସରକାର ଦାବି ନ ମାନିବେ ତେବେ ଶୁକ୍ରବାର ଦିନ ଓଡିଶା ପୁଲିସ୍‌ କାର୍ଯ୍ୟ ବନ୍ଦ କରିବେ । ଏହାର ପରବର୍ତ୍ତୀ ସ୍ଥିତି ପାଇଁ ସରକାର ଦାୟୀ ରହିବେ ।
ବିଭିନ୍ନ ପୁଲିସ ସଂଘ ସଭାପତିମାନେ କହିଛନ୍ତି, ଆମେ ସରକାରଙ୍କୁ ଗତ ୪ ତାରିଖ ଯାଏ ସମୟ ଦେଇଥିଲୁ । ଏହି ସମୟସୀମାରେ ଦାବି ମାନି ନେବେ ବୋଲି ଭାବିଥିଲୁ । ହେଲେ କିଛି ସଫଳ ହୋଇନାହିଁ । ଗୁରୁବାର ରାଜ୍ୟର ୬୨ ହଜାର ପୁଲିସ କର୍ମଚାରୀ ସମସ୍ତ ଥାନାରେ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ । ତା’ପରେ ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଫେରାଇ ଦେବୁ । ଆସନ୍ତା ୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ । ସରକାରଙ୍କ ସହ ବହୁବାର ଆଲୋଚନା କରି ବିଫଳ ହେବାରୁ ଆମେ ଏମିତି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛୁ ବୋଲି ସଂଘ କହିଛି ।