ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶମ୍ଭୁସୀମାରେ କୃଷକଙ୍କ ଉପରକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କଲା ପୁଲିସ; ପଦଯାତ୍ରାରୁ ପଛଘୁଞ୍ଚା ଦେଲେ ଚାଷୀ ସଂଗଠନ

Published By : Soubhagya Ranjan | December 6, 2024 4:52 PM

Image source: NBT

ନୂଆଦିଲ୍ଲୀ,୦୬/୧୨: ଚାଷୀ ଆନ୍ଦୋଳନକୁ ନେଇ ଦେଶରେ ଘନଘନ ଖବର। ପ୍ରତିଟି ମୁହୂର୍ତ୍ତରେ ବଦଳୁଛି ରୁପରେଖ। ଏଇ ଯେମିତି ବର୍ତ୍ତମାନର ସୂଚନା ମୁତାବକ, ଚାଷୀମାନେ ଦିଲ୍ଲୀଗସ୍ତରୁ ପଛଘୁଞ୍ଚା ଦେଇଛନ୍ତି। ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ କୃଷକ ସଂଗଠନ ଏହି ନିଷ୍ପତ୍ତି ନେଇଛନ୍ତି। କୃଷକ ନେତା ସରଓ୍ବନ ପନ୍ଧେର କୃଷକମାନଙ୍କୁ ପଛକୁ ଫେରିବାକୁ କହିଛନ୍ତି। ଶୁକ୍ରବାର ରାତିର ବୈଠକରେ ଆହୁରି ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ କୃଷକ ସଂଗଠନ ପୂର୍ବରୁ ଘୋଷଣା କରିଥିଲା। ଏଥିପାଇଁ ୧୦୧ ଜଣ କୃଷକଙ୍କ ତାଲିକା ମଧ୍ୟ ଜାରି କରାଯାଇଥିଲା। ପୋଲିସ ସହ ତୀବ୍ର ସଂଘର୍ଷ ପରେ କୃଷକ ନେତାମାନେ ରାତି ପ୍ରାୟ ୩ ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ସ୍ଥଗିତ ରଖିଥିଲେ।

ହରିୟାଣାରେ ପ୍ରବେଶ ବେଳେ ପୁଲିସ ସହ ସଂଘର୍ଷ:

ଦିଲ୍ଲୀ ଯାଉଥିବା କୃଷକମାନେ ଶମ୍ଭୁ ସୀମା ଦେଇ ହରିୟାଣାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସର ସୁରକ୍ଷା ଏବଂ ବ୍ୟାରିକେଡ୍ ଯୋଗୁଁ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗୁଥିବା କରିବାକୁ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। କିଛି ଘଣ୍ଟା ଧରି ଶମ୍ଭୁସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସତର୍କତାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମଧ୍ୟ ଅମ୍ବାଲାରେ ଇଣ୍ଟରନେଟ୍ ବନ୍ଦ କରି ଦେଇଛନ୍ତି। ସଂସଦର ବର୍ତ୍ତମାନର ଅଧିବେଶନରେ ଦିଲ୍ଲୀରେ ପହଞ୍ଚି କୃଷକମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି। ସେମାନଙ୍କର ଦାବି ହେଉଛି ସରକାର ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଦେବା ଉଚିତ୍। କୃଷକ ସଂଗଠନଗୁଡ଼ିକ ସରକାରଙ୍କ ନିକଟରେ ମୋଟ ୧୨ ଟି ଦାବି ରଖିଛନ୍ତି।

ଆନ୍ଦୋଳନକୁ ନେଇ ରାଜନୀତି ମଧ୍ୟ ସରଗରମ: 

ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ ପୋଲିସ ଏକାସାଙ୍ଗରେ ଚାଷୀଙ୍କ ଉପରକୁ ୧୧ ଟି ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ବର୍ତ୍ତମାନ ସୁଦ୍ଧା ହରିୟାଣା ପୋଲିସ ଦ୍ବାରା ମୋଟ ୨୧ ଥର ଲୁହବୂହା ଗ୍ୟାସ୍‌ ପ୍ରୟୋଗ କରାଯାଇଛି। ଏଥିରେ ଦୁଇ ଜଣ କୃଷକ ଆହତ ହୋଇଛନ୍ତି। ଏହା ପରେ କୃଷକ ନେତା ସରଓ୍ବନ ସିଂ ପନ୍ଧେର ନିଜେ କୃଷକମାନଙ୍କୁ ସୀମାରୁ ଫେରିଆସିବାକୁ କହିଥିଲେ। ଅନ୍ୟପକ୍ଷରେ ହରିୟାଣାରୁ ଲଗାତାର କୃଷକଙ୍କ ଭିଡିଓଗ୍ରାଫି କରାଯାଉଛି। ଏହା ମଧ୍ୟ ଘୋଷଣା କରାଯାଉଛି ଯେ ସରକାରୀ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତଥାପି କୃଷକମାନେ ଆଗକୁ ବଢ଼ିବାକୁ ଜିଦ୍‌ରେ ଅଟଳ ଅଛନ୍ତି, ଅନ୍ୟପକ୍ଷରେ ରାଜନୀତି ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ ନେଇ ସରଗରମ ହେବାରେ ଲାଗିଛି। ଚାଷୀଙ୍କୁ ଅଟକାଇବାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.