ଭୁବନେଶ୍ୱର,୨୦/୦୨: କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା । ଅଭିଯୁକ୍ତ ପୁରୁଷ ବନ୍ଧୁର ହେବ ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ୍‌ । ରାଜ୍ୟ ଫରେନସିକ୍‌ରେ ହେବ ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ‌୍ । ଛାତ୍ରୀଙ୍କ ମୃତ୍ୟୁ ପରେ ଏକ ଅଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଛାତ୍ରୀଙ୍କୁ ଗାଳି ଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା । ଯୁବତୀଙ୍କୁ ଦେଇଥିବା ଗାଳି ଗୁଲଜ ଅଡିଓ ସହ ପୁରୁଷ ବନ୍ଧୁଙ୍କ ଭଏସ୍‌ ଯାଞ୍ଚ କରାଯିବ । ରିମାଣ୍ଡ ସମୟରେ ଭଏସ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ୍‌ କରିବ ପୋଲିସ । ପ୍ରଥମ ଥର ପାଇଁ ଏହି ଟେଷ୍ଟ କରିବ ପୋଲିସ ।

କହିରଖୁ କି, ପ୍ରକୃତିଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଇନ୍‌ଫୋସିଟି ଥାନା ପୋଲିସ। ମୃତ୍ୟୁ ପୂର୍ବରୁ ସେ ପ୍ରକୃତିଙ୍କୁ ମାନସିକ ଅତ୍ୟାଚାର ଦେଇଥିଲେ କି ନାହିଁ ? ଆତ୍ମହତ୍ୟା ପଛରେ ପ୍ରକୃତ କାରଣ କଣ ରହିଛି। ଅଦ୍ଭିକ୍‌ଙ୍କ ଠାରୁ ସବୁ ତଥ୍ୟ ଓଗାଳିବ ପୁଲିସ। ସେପଟେ ପ୍ରକୃତିଙ୍କ ଡାଏରୀରେ ନେପାଳୀ ଭାଷାରେ ଲେଖାଥିବା ସୁଇସାଇଡାଲ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି । 

ତେବେ ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ । ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ। ଏସବୁ ଘଟଣା ପରେ ମାମଲା ତୀବ୍ର ରୂପ ନେଇଥିଲା । ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ କରିଥିଲେ।