ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

‘ପୁଷ୍ପା’ ବିରୋଧରେ ହେଉଛି ରାଜେନୈତିକ ଷଡ଼ଯନ୍ତ୍ର ! ଗିରଫଦାରୀ ପଛରେ ରହିଛି କି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଭୂମିକା ?

Published By : Tapas Panda | December 13, 2024 5:25 PM

ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ହାଇଦ୍ରାବାଦ ପୋଲିସ ଗିରଫ କରିଛି । ସେପଟେ ହାଇଦ୍ରବାଦର ଏକ କୋର୍ଟ ଅଭିନେତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ ବଢ଼ିଥିବା ବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି । ଏସବୁ ଭିତରେ, ଥିଏଟର କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ଅଲ୍ଲୁ ଅର୍ଜୁନ୍‌ ପ୍ରିମିୟରରେ ସାମିଲ ହେବେ ବୋଲି ଦୁଇ ଦିନ ଆଗରୁ ପୋଲିସକୁ ସୂଚନା ଦିଆଯାଇଥିଲା ।  ପୁଷ୍ପା-୨ ପ୍ରଚାର ସମୟରେ ସୁରକ୍ଷା ଲାଗି ପୋଲିସକୁ ଲିଖିତ ଭାବେ ଜଣାଇଥିଲେ ଥିଏଟର କର୍ତ୍ତୃପକ୍ଷ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇନଥିଲା ବୋଲି ଥିଏଟର ପକ୍ଷରୁ ଅଭିଯୋଗ ହୋଇଛି । 

ବର୍ତ୍ତମାନ ହାଇଦ୍ରାବାଦର ନାମପଲ୍ଲୀ କୋର୍ଟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ତେବେ ଏତେ ଲୋକପ୍ରିୟତା ଥିବା ଅଭିନେତାଙ୍କୁ ପୋଲିସ ଘରୁ ଗିରଫ କରିବା ଏବଂ କୋର୍ଟ ତାଙ୍କୁ ଜାମିନ ନଦେବା ମାମଲା ସିନେପ୍ରେମୀଙ୍କୁ ବିଚଳିତ କରିଛି । ଏଭଳି ପରିସ୍ଥିତିରେ ଅଲ୍ଲୁ ଅର୍ଜୁନଙ୍କ ପିଉସା ଏବଂ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କ କନେକ୍ସନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଅଲ୍ଲୁ ଅର୍ଜୁନ ପିଉସାଙ୍କୁ ସହାୟତା ମାଗିଥାନ୍ତେ ତେବେ ଆଜି ତାଙ୍କୁ ଏଭଳି ଦିନ ଦେଖିବାକୁ ପଡ଼ିନଥାନ୍ତା ବୋଲି କୁହାଯାଉଛି । 

ସେପଟେ ଅଲ୍ଲୁ ଅର୍ଜୁନ ଏବଂ କୋନିଡେଲା ପରିବାର ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କର ବ୍ୟକ୍ତିଗତ ଶତ୍ରୁତା ରହିଛି । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଲ୍ଲୁ ଅର୍ଜୁନ ନିଜ ପିଉସା ପଓ୍ବନ କଲ୍ୟାଣଙ୍କ ବିରୋଧରେ ଛିଡ଼ା ହୋଇଥିବା ଓ୍ବାଇଏସଆର କଂଗ୍ରେସର ପ୍ରାର୍ଥୀ ଶିଳ୍ପା ରବି ରେଡ୍ଡୀଙ୍କୁ ସମର୍ଥନ ଜଣାଇଥିଲେ । ସେହି ସମୟରେ ଅଭିନେତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ହୋଇଥିଲା ।  କିନ୍ତୁ ବିଜୟ ପରେ ପଓ୍ବନ କଲ୍ୟାଣଙ୍କୁ ଶୁଭେଚ୍ଛା ଜଣାଇଥିଲେ ଅଲ୍ଲୁ ଅର୍ଜୁନ ।  

ଏବେ ନୂଆ ମାମଲାରେ ଛନ୍ଦି ହେବା ସତ୍ତ୍ବେ ପିଉସା ଏବଂ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କୁ ସାହାଯ୍ୟ ମାଗିନଥିଲେ ଅଲ୍ଲୁ । ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେବେ ବୋଲି ଅଲ୍ଲୁ ଅର୍ଜୁନ ବିଶ୍ବାସ କରୁଥିଲେ ହେଁ ସେଭଳି ହେଲା ନାହିଁ । ଅନ୍ୟପଟେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ନେଇ  ତେଲେଙ୍ଗାନାର କଂଗ୍ରେସ ସରକାର ଉପରେ ଖୁବ ବର୍ଷିଛି ବିଆରଏସ୍‌ । ବିଆରଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟି ରାମାରାଓ କହିଛନ୍ତି ଯେ, ‘ଅଲ୍ଲୁ ଅର୍ଜୁନଙ୍କ ସହ ଏକ ଅପରାଧୀ ଭଳି ବ୍ୟବହାର କରାଯିବା ଅଗ୍ରହଣୀୟ ।’ ଘଟଣା ସହିତ ସେ ସିଧାସଳଖ ସାମିଲ ନଥିବା ସତ୍ତ୍ବେ ତାଙ୍କୁ ଦୁର୍ବ୍ୟବହାର କରିବା ଅନୁଚିତ ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.