PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନେପାଳରେ ପୁଣି ରାଜନୈତିକ ସଙ୍କଟ: ମେଣ୍ଟ ସରକାରରୁ ଓହରିଲା ସହଯୋଗୀ ଆରଏସ୍‌ପି, ଚିନ୍ତାରେ ପ୍ରଚଣ୍ଡ ସରକାର

କାଠମାଣ୍ଡୁ,୦୬/୦୨: ମେଣ୍ଟରେ ବିବାଦ ଯୋଗୁ ଏବେ ନେପାଳ ସରକାର ସଙ୍କଟରେ ପଡିଛନ୍ତି । ମେଣ୍ଟ ସରକାରରୁ ଓହରିଯିବାକୁ ଅନ୍ୟତମ ସହଯୋଗୀ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆରଏସ୍‌ପି) ଘୋଷଣା କରିଛି । ଆରଏସ୍‌ପିର କେନ୍ଦ୍ର କମିଟି ସଦସ୍ୟ ଓ ଦଳୀୟ ସାଂସଦଙ୍କୁ ନେଇ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତାର କାରଣ କ୍ୟାବିନେଟରେ ଦଳର ମୁଖ୍ୟ ରବି ଲାମିଛନେ ଗୃହମନ୍ତ୍ରୀ ଭାବେ ପୁଣିଥରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ମନା କରିଦେଇଛନ୍ତି ।

ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ଲାମିଛନେ ଚିତୱାନ-୨ ଆସନରୁ ନିର୍ବାଚିତ ହୋଇଥିଲେ । ଡିସେମ୍ବର ୨୬ରେ ମେଣ୍ଟ ସରକାର ଗଠନ ହେବା ପରେ ସେ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କ ପାଖରେ ଉଭୟ ଆମେରିକା ଓ ନେପାଳ ନାଗରିକତା ରହିଥିଲା । ତେଣୁ ଦ୍ୱୈତ ନାଗରିକତା ଆଇନ ଅନୁସାରେ ନେପାଳ ସୁପ୍ରିମକୋର୍ଟ ଜାନୁଆରୀ ୨୭ରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ଫଳରେ ତାଙ୍କର ମନ୍ତ୍ରୀପଦ ଚାଲିଯିବା ସହ ସେ ଆରଏସ୍‌ପି ଅଧ୍ୟକ୍ଷ ପଦ ମଧ୍ୟ ହରାଇଥିଲେ । କିନ୍ତୁ ଜାନୁଆରୀ ୨୯ରେ ତାଙ୍କର ନାଗରିକତା ବିବାଦ ଦୂର ହେବା ପରେ ସେ ପୁଣିଥରେ କ୍ୟାବିନେଟରେ ସାମିଲ ହେବାକୁ ଚାହିଁଥିଲେ । ହେଲେ ପ୍ରଚଣ୍ଡ ତାଙ୍କୁ ନେବାକୁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ୨୭୫ ଆସନ ବିଶିଷ୍ଟ ନେପାଳ ସଂସଦର ପ୍ରତିନିଧି ସଭାରେ ଏବେ ଆରଏସ୍‌ପିର ୨୦ ଜଣ ସାଂସଦ ଅଛନ୍ତି ।

ସମ୍ବନ୍ଧିତ ଖବର