ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାରାଷ୍ଟ୍ର ନିର୍ବାଚନ ଲଢିବ କି ଲରେନ୍ସ ବିଷ୍ଣୋଇ ? ରିଟର୍ଣ୍ଣିଂ ଅଫିସରଙ୍କୁ ମଗାଗଲା ନୋମିନେସନ ଫର୍ମ

Published By : Prameya | October 26, 2024 7:34 PM

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏହି ସମୟରେ ଗୁଜରାଟର ସାବରମତି ଜେଲ୍‌ରେ ବନ୍ଦୀ ଅଛି। ବାବା ସିଦ୍ଦିକିଙ୍କର ହତ୍ୟାକାଣ୍ଡ ପରେ ଲରେନ୍ସ ପୁଣି ଥରେ ଚର୍ଚ୍ଚାରେ। ଏବେ ପ୍ରଶ୍ନ ଉଠୁଛି କି ଗ୍ୟାଙ୍ଗଷ୍ଟର କଣ ନିଜର ରାଜନୀତିକ ଇଂନିସ୍ ଆରମ୍ଭ କରିବାକୁ ଯାଉଛି କି ? ଉଲ୍ଲେଖନୀୟ ଯେ, ମହାରାଷ୍ଟ୍ରର ଏକ ଦଳ ଲରେନ୍ସ ବିଷ୍ଣୋଇର ନାମାଙ୍କନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ଫର୍ମ ମାଗିଛି।

ବାନ୍ଦ୍ରା ପଶ୍ଚିମ ବିଧାନସଭା ଅଞ୍ଚଳ ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଲେଖା ଯାଇଥିବା ଚିଠିରେ ଉତ୍ତର ଭାରତୀୟ ବିକାଶ ସେନା ପାର୍ଟି ଏହି ଫର୍ମ ପାଇଁ ଦାବି କରିଛି। ପାର୍ଟି ନିଜର ପତ୍ରରେ ଲେଖିଛି ଯେ, ଆମେ ରାଷ୍ଟ୍ରୀୟ ଓ ମହାରାଷ୍ଟ୍ର ରାଜ୍ୟ ପଞ୍ଜୀକୃତ ରାଜନୀତିକ ଦଳ ଏବଂ ପାର୍ଟିର ଅଧ୍ୟକ୍ଷ ଭାବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ଆମର ପ୍ରାର୍ଥୀଙ୍କ ପାଇଁ ଫର୍ମ – ଏ ଓ ଫର୍ମ – ବି ଜାରି କରିବା ପାଇଁ ଅଧିକୃତ।

ଚିଠିରେ ଆହୁରି କୁହାଯାଇଛି ଯେ, ଆମେ ନିଜର ପ୍ରାର୍ଥୀ ବଲକରଣ ବରାଡ (ଲରେନ୍ସ ବିଷ୍ଣୋଇ)ଙ୍କୁ ପ୍ରାର୍ଥୀ ଫର୍ମ ଜାରି କରିବାର ଅନୁରୋଧ କରୁଛୁ। ବାନ୍ଦ୍ରା ପଶ୍ଚିମ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଆଚାର ସଂହିତାର ରୁଲ୍ସ ଓ ରେଗୁଲେସନ୍ସ ଅନୁସାରେ , ଆମେ ଏଥିପାଇଁ ପେମେଣ୍ଟ କରିବା ପାଇଁ ପ୍ରସ୍ତୁତ। 

ଲରେନ୍ସ ବିଷ୍ଣୋଇଙ୍କ ପାଇଁ ନୋମିନେସନ ଫର୍ମର ଦାବି କରୁଥିବା ଏହି ଲେଟର ଉତ୍ତର ଭାରତୀୟ ବିକାଶ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ ସୁନିଲ ଶୁକ୍ଳାଙ୍କ ପକ୍ଷରୁ ଲେଖା ଯାଇଛି। ଏଥିରେ ପାର୍ଟିର ମୋହର ମଧ୍ୟ ଲାଗିଛି। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ନିର୍ବାଚନ ଆୟୋଗ ପକ୍ଷରୁ ଲରେନ୍ସ ବିଷ୍ଣୋଇକୁ ଏ ଓ ବି ଫର୍ମ ଦିଆଯିବ ନା ନାହିଁ। 

ଆପଣଙ୍କୁ କହି ରଖୁଛୁ କି , ୧୨ ଅକ୍ଟୋବରରେ ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କର ତାଙ୍କର ପୁଅଙ୍କ ଅଫିସ ବାହାରେ ଗୁଳି କରି ହତ୍ୟା କରାଯାଇ ଥିଲା। ଦୁଇ ଆକ୍ରମଣକାରୀ ତୁରନ୍ତ ଗିରଫ ହୋଇଥିଲେ ଏବଂ କିଛି ଦିନରେ ଆହୁରି ଅନେକ ଗିରଫ ହୋଇଛନ୍ତି। ଏହି ମାମଲାରେ ଲରେନ୍ସ ବିଷ୍ଣୋଇର କନେକ୍ସନ ସେତେବେଳେ ସାମନାକୁ ଆସିଥିଲା, ଯେତେବେଳେ ସେ ଏହି ହତ୍ୟାକାଣ୍ଡରେ ଦାୟୀ ଥିବା ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଲେଖା ଗଲା। ଏହା ବ୍ୟତୀତ ଲରେନ୍ସ ବିଷ୍ଣୋଇ କଳା ହରିଣ ଶିକାର କରିବା ମାମଲାରେ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ମାରିବାକୁ ଧମକ ଦେଇ ସାରିଛି। ଗ୍ୟାଙ୍ଗଷ୍ଟର ସଲମାନଙ୍କ ଘର ବାହାରେ ଫାୟାରିଂ ମଧ୍ୟ କରାଇ ଥିଲ। । ଏହାପରେ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.