ପୂଜା ଭଟ୍ଟ କରୋନା ସଂକ୍ରମିତ, ଟ୍ୱିଟ୍ କରି ମାସ୍କ ପିନ୍ଧିବାକୁ କଲେ ନିବେଦନ

filmcompanion
ନୂଆଦିଲ୍ଲୀ ୨୫/୦୩ : କରୋନା ଭାଇରସ ପୁଣି ଥରେ ସାରା ଦେଶରେ ବ୍ୟାପିବା ଆରମ୍ଭ କରିଛି। ଏହି ସଂକ୍ରମଣର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବଲିଉଡ୍ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଅଭିନେତ୍ରୀ ତଥା ସାଂସଦ କିରନ ଖେର କରୋନା ସଂକ୍ରମିତ ହୋଇଥିଲେ। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ପୂଜା ଭଟ୍ଟ ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଲକ୍ଡାଉନର ଏକ ପୁରୁଣା ଭିଡିଓର ରିପ୍ଲାଏ ଦେଇ ପୂଜା ଏହି ସୂଚନା ଦେଇଛନ୍ତି। ଯେତେବେଳେ ଲକ୍ଡାଉନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ ଯେ କରୋନା ସମୟରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କୁ ବାସନ ବଜାଇ ଉତ୍ସାହିତ କରନ୍ତୁ। ଏହାକୁ ନେଇ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ଭିଡିଓର ଉତ୍ତର ଦେଇ ପୂଜା କହିଛନ୍ତି ଯେ ସେ କରୋନା ପଜିଟିଭ୍ ହୋଇଛନ୍ତି।
I have tested positive for Covid. So anyone who has come in contact with me please get yourself tested.
— Kirron Kher (@KirronKherBJP) March 20, 2023
ଟ୍ୱିଟ୍ରେ ପୂଜା ଲେଖିଛନ୍ତି, ‘ଠିକ୍ ତିନି ବର୍ଷ ପରେ ମୁଁ କରୋନା ସଂକ୍ରମିତ ହୋଇଛି। ମାସ୍କ ପିନ୍ଧନ୍ତୁ। କୋଭିଡ ଏବେ ବି ବହୁତ ନିକଟତର ଏବଂ ସମସ୍ତ ଟିକା ନେବା ପରେ ମଧ୍ୟ ଏହା ଆପଣଙ୍କ ପାଖରେ ପହଞ୍ଚିପାରେ। ଆଶାକରୁଛି ମୁଁ ଶୀଘ୍ର ଫେରି ଆସିବି।’