ନୂଆଦିଲ୍ଲୀ,୩୦/୦୫; କ୍ରୀଡ଼ା ଜଗତରୁ ଭାରତ ପାଇଁ ଖୁସି ଖବର ଆସିଛି । ଏସିଆନ ଆଥଲେଟିକ୍ ଆଣ୍ଡର ୨୦ ଚାମ୍ପଅନସିପରେ ଭାରତୀୟ ଆଥଲେଟ୍ଙ୍କ ନୂଆ କୀର୍ତ୍ତିମାନ । ଭାରତର ହାଇ ଜମ୍ପର ପୂଜା ସିଂହ ଏସୀୟ ୨୦ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ହଂକଂରେ ଆୟୋଜି ଏସୀୟ ଚାମ୍ପଅନସିପରେ ମହିଳା ଉଚ୍ଚଡିଆଁ ବର୍ଗ ଇଭେଣ୍ଟର ଦ୍ୱିତୀୟ ଦିନରେ, ସେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଜାତୀୟ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୧୯ ବର୍ଷୀୟା ପୂଜା କ୍ୟାରିୟରର ସର୍ବୋତ୍ତମ ୧.୯୩ ମିଟର ଡେଇଁଥିଲେ। ସେ ସାହାନା କୁମାରୀଙ୍କ ୧୪ ବର୍ଷର ପୁରୁଣା ୧.୯୨ ମିଟର ଜାତୀୟ ରେକର୍ଡ ଭାଙ୍ଗିଥିଲେ ।
କମନୱେଲ୍ଥ ଗେମ୍ସ ପାଇଁ ଯୋଗ୍ୟତା- ପୂଜାଙ୍କର ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧.୯୦ ମିଟର, ଯାହା ୨୦୨୬ ଏପ୍ରିଲରେ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆନ୍ ଆଥଲେଟିକ୍ସ ସିରିଜ୍ ମିଟ୍ରେ ହାସଲ କରାଯାଇଥିଲା । ପୂର୍ବ ଏସୀୟ ଚାମ୍ପିଅନ୍ ପୂଜା ଗତବର୍ଷ ଦକ୍ଷିଣ କୋରିଆରେ ମହିଳା ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ସହିତ, ସେ ଭାରତୀୟ ଆଥଲେଟିକ୍ସ ଫେଡେରେସନର ରାଜ୍ୟଗୋଷ୍ଠୀ କ୍ରୀଡା ଯୋଗ୍ୟତା ମାନଦଣ୍ଡ ୧.୯୨ ମିଟର ମଧ୍ୟ ହାସଲ କରିଛନ୍ତି ।
Pooja soared to a historic Gold Medal 🥇 at the 22nd Asian U20 Athletics Championships in Hong Kong, clearing an incredible 1.93m to become India's highest-ever female high jumper.#Pooja #AsianU20Championships #IndianAthletics #NationalRecord pic.twitter.com/rXlEj7tI0S
— Khelo India (@kheloindia) May 30, 2026
ପୂଜାଙ୍କର ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ପୂଜାଙ୍କୁ ପ୍ରଶଂସା କରି ଲେଖିଛନ୍ତି, "TOPS ଆଥଲେଟ୍ ପୂଜାଙ୍କ ଚମତ୍କାର ପ୍ରଦର୍ଶନ । ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛି । ତାଙ୍କର ୧.୯୩ ମିଟର ଉଚ୍ଚଡିଆଁ ଜାତୀୟ ରେକର୍ଡ ଭାଙ୍ଗିଛି । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ।"
ଏହା ବି ପଢନ୍ତୁ...IPL 2026 Final: RCB ଇତିହାସ ରଚିବ ନା ଗୁଜରାଟର ୨୦୨୨ କାହାଣୀ ରିପିଟ୍ ହେବ ? ଜାଣନ୍ତୁ କାହା ନାମରେ ରେକର୍ଡ
ଭାରତ ଖାତାରେ ୪ଟି ସ୍ୱର୍ଣ୍ଣ ପଦକ- ଭାରତ ଏପର୍ଯ୍ୟନ୍ତ ୪ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ଜିତିଛି । ନୀତିନ ଗୁପ୍ତା ପୁରୁଷ ୫୦୦୦ ମିଟର ଚାଲିବାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅମାନତ କାମ୍ବୋଜ ମହିଳା ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରାହୁଲ ଜାଖର ପୁରୁଷ ଡେକାଥଲନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସାଧନା ଦେବୀ ମହିଳା ଟ୍ରିପଲ୍ ଜମ୍ପରେ ରୌପ୍ୟ ପଦକ ଏବଂ ଉପକାର ପୁରୁଷ ଡେକାଥଲନରେ ରୌପ୍ୟ ପଦକ ଜିତିଛନ୍ତି । ନୀରୁ ପାଠକ ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି ।