PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଲୋକପ୍ରିୟ ଝୁମର ଶିଳ୍ପୀ ସୌରୀଦତ୍ତଙ୍କ ଦେହାନ୍ତ, ବାରିପଦା ଆକାଶବାଣୀ କେନ୍ଦ୍ରର ଥିଲେ ସ୍ୱୀକୃତିପ୍ରାପ୍ତ କଳାକାର

ବାରିପଦା,୧୯/୦୩: ଲୋକପ୍ରିୟ ଝୁମର ଗାୟକ ସୌରୀଦତ୍ତ ମହାନ୍ତଙ୍କ ୬୪ବର୍ଷ ବୟସରେ ପରଲୋକ ଘଟିଛି । ଶନିବାର ସକାଳେ ତାଙ୍କର ମୁଣ୍ଡ ବୁଲାଇବାରୁ ତାଙ୍କୁ ହସପିଟାଲ ନିଆଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ନିଆଯାଇଥିଲା । ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ତାଙ୍କର ମୃତ୍ୟୁ ଖବର ପ୍ରଚାର ପରେ ଜିଲ୍ଲାର ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ମାଦଳ ଧୁମ୍‌ସାର ତାଳେ ତାଳେ ପିଲାଟି ଦିନରୁ ଗୀତ ଗାଇ ଶ୍ରୋତାଙ୍କୁ ଝୁମାଇ ଆସୁଥିବା ଝୁମର ଶିଳ୍ପୀ ସୌରୀଦତ୍ତ ମହାନ୍ତ ଥିଲେ ମୟୂରଭଞ୍ଜର ଲୋକଗୀତ ଝୁମର ସଂଗୀତର ଏକ ବିଚକ୍ଷଣ ପ୍ରତିଭା । ବାପା ସ୍ୱର୍ଗତ ପଦ୍ମଲୋଚନ ମହାନ୍ତ ଝୁମରର ଜଣେ ପୃଷ୍ଠପୋଷକ ଥିବା ବେଳେ ସୌରୀଦତ୍ତଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିଥିଲା । ସୌରୀଦତ୍ତ ଝୁମର ସମ୍ରାଟ ଗିରିଶ ଚନ୍ଦ୍ର ମହାନ୍ତ ଏବଂ ମାମା ଲାଲ ସାହେବଙ୍କ ପ୍ରେରଣାରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ୧୯୯୭ରେ ସେ କୁଡମାଲି କଲଚୁରାଲ ଆସୋସିଏସନରେ ଯୋଗ ଦେଇଥିଲେ । ଭୁବନେଶ୍ୱର, ରାଞ୍ଚି, ପଶ୍ଚିମବଙ୍ଗ, ସୁକିନ୍ଦା, ସୁନ୍ଦରଗଡ଼, ରାଉରକେଲା ପ୍ରଭୃତି ସ୍ଥାନରେ ସେ ଝୁମର ପରିବେଷଣ କରି ବେଶ ପ୍ରଂଶସା ସାଉଁଟିଥିଲେ । ସେ ବାରିପଦା ଆକାଶବାଣୀ କେନ୍ଦ୍ରର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ । ୨୦୦୩ରୁ ଝୁମରିଆ ଝୁମର ନାମରେ ଏକ ଦଳ ଗଠନ କରିଥିଲେ । ବିଏସ୍‌ଏନ୍‌ଏଲ୍‌ରୁ ଜେଇ ଭାବେ ଅବସର ନେଇଥିବା ସୌରୀବାବୁ ମୟୂରଭଞ୍ଜର କଳା, ସଂସ୍କୃତି ସହ ବେଶ ଓତଃପ୍ରୋତ ଜଡ଼ିତ ଥିଲେ ।