ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଫ୍ରାଇଡେରେ ପରଦାକୁ ଆସିଲା ଓଡ଼ିଆ ଫିଲ୍ମ​‌​‌ ‘କହିଦେ ଥରେ ଆଇ ଲଭ୍‌ ୟୁ’, ଘୁଞ୍ଚିଲା ‘ପ୍ରତିଶୋଧ’ ଓ ‘ଶଙ୍କର’ର ରିଲିଜ୍‌

ଭୁବନେଶ୍ୱର,୨୨/୦୯: ନାୟିକା ଜଣେ ନାୟକ ଦୁଇଜଣ । ଜଣେ ପ୍ରେମରେ ବୁଡ଼ି ନମ୍ର ଭାବରେ ନାୟିକା ପାଟିରୁ ଆଇ ଲଭ୍‌ ୟୁ ଶୁଣିବାକୁ ବ୍ୟାକୁଳତାର ସହ ଅପେକ୍ଷା କରିଥିଲାବେଳେ ଆଉ ଜଣେ ଜୋର୍‌ ଜବରଦସ୍ତ କରୁଛି । ସେଥିରେ ଆଉ ଜଣେ ନାୟିକା ଭୂମିକା ବି ରହିଛି । କଲେଜ ସମୟର ଏମିତି ଏକ ପ୍ରେମ କାହାଣୀକୁ ନେଇ ଫ୍ରାଇଡେ ରିଲିଜ୍‌ ଅବସରରେ ପରଦାକୁ ଆସୁଛି ନୂଆ ସିନେମା ‘କହିଦେ ଥରେ ଆଇ ଲଭ୍‌ ୟୁ’ । 

 ସିଦ୍ଧାର୍ଥ ଟିଭି ନିବେଦିତ ଓ ସିଦ୍ଧାର୍ଥ ମ୍ୟୁଜିକ୍‌ର ୩୪ ତମ ଏହି ରୋମାଣ୍ଟିକ୍‌ ଚଳଚ୍ଚିତ୍ରକୁ ଦର୍ଶକ ସାରା ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ଦେଖିବାକୁ ପାଇବେ । କଟକ ସଙ୍ଗମ ହଲ୍‌ରେ ପ୍ରିମିୟର ଅନୁଷ୍ଠିତ ହୋଇଛି। ଏହି ସିନେମାର ମୁଖ୍ୟ ଚରିତ୍ରରେ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଥିବାବେଳେ ନାୟକ ଭୂମିକାରେ ଆର୍ଯ୍ୟନ୍‌ଧୀର କୁମାର, ରାଜ୍‌ ରାଜେଶ ଏବଂ ଅନ୍ୟତମ ନାୟିକା ଭୂମିକାରେ ସସ୍ମିତା ପିୟାଲି ପ୍ରମୁଖ ଅଭିନୟ କରିଛନ୍ତି । ସିନେମାର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ପରିଜା । ଗୀତ ରଚନା ଅରୁଣ ମନ୍ତ୍ରୀ ଓ ପୁଷ୍ପକ ପରିଡ଼ା କରିଥିବାବେଳେ ସଙ୍ଗୀତ ଦେଇଛନ୍ତି ଅସାଦ ନିଜାମ୍‌ । ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ସମ୍ପାଦନାରେ ରାଜେଶ ଦାଶ, ଡିଓପିରେ ଶୁଭମ୍‌ ଏବଂ କୋରିଓଗ୍ରାଫିରେ ଅମିତ ନାୟକ ରହିଛନ୍ତି । ସିନେମାଟି ଦର୍ଶକଙ୍କ ଭଲ ସମର୍ଥନ ପାଇବା ସହ ସଫଳତା ଲାଭ କରିବ ବୋଲି ପୂରା ୟୁନିଟ୍‌ ଆଶାବାଦୀ ରହିଛି । 

ଏଥିସହ ଶୁକ୍ରବାର ଦୁଇ ନୂଆ ଓଡ଼ିଆ ସିନେମା ‘ପ୍ରତିଶୋଧ’ ଓ ‘ଶଙ୍କର’ ରିଲିଜ୍‌ ହେଉନାହିଁ । ବିଭିନ୍ନ କାରଣରୁ ଚୁଲବୁଲି ଅଭିନେତ୍ରୀ ଏଲିନାଙ୍କ ‘ପ୍ରତିଶୋଧ’ ଆସନ୍ତା ୨୩ରେ ରିଲିଜ୍‌ ହେବା ସହ ୨୪ରେ ସ୍ୱତନ୍ତ୍ର ପ୍ରିମିୟର ହେବ । ସେହିପରି ସୁପର୍‌ଷ୍ଟାର୍‌ ସିଦ୍ଧାନ୍ତାଙ୍କ ‘ଶଙ୍କର’ ଆସନ୍ତା ୨୯ରେ ପ୍ରେକ୍ଷାଳୟକୁ ଆସିବ ବୋଲି ସୂଚନା ମିଳିଛି । 

Copyright © 2022 - Summa Real Media Private Limited. All Rights Reserved.