ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆସନ୍ତା ଜାନୁଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ୍, ନୱାଜ ସରିଫ୍‌ଙ୍କୁ ସମର୍ଥନ ଦେଇପାରେ ସେନା

ଇସ୍‌ଲାମାବାଦ,୨୨/୦୯ ଆସନ୍ତା ବର୍ଷ  ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ  ସାଧାରଣ ନିର୍ବାଚନ ହେବ । ଏ ନେଇ ପାକ୍‌  ନିର୍ବାଚନ କମିଶନ ଗୁରୁବାର ଏହି ଘୋଷଣା  କରିଛନ୍ତି । କମିଶନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ  କୁହାଯାଇଛି, ନିର୍ବାଚନ ମଣ୍ଡଳୀର ପରିସୀମନ  କାର୍ଯ୍ୟର ସମୀକ୍ଷା କରାଯାଇଛି । ପରିସୀମନ ହୋଇଥିବା ନିର୍ବାଚନ ମଣ୍ଡଳୀର ପ୍ରାରମ୍ଭ ସୂଚୀ ଆସନ୍ତା ୨୭ ତାରିଖରେ ଜାରି କରାଯିବ । ଏହି  ନିର୍ବାଚନରେ ସେନା ନୱାଜ ସରିଫ୍‌ଙ୍କୁ ସମର୍ଥନ ଦେଇପାରେ ବୋଲି କୁହାଯାଉଛି । 

ଏପରି ହେଲେ ନୱାଜ ପୁଣି କ୍ଷମତାକୁ ଫେରିପାରିବେ । ଜାରି ସୂଚୀ  ସମ୍ବନ୍ଧରେ କୌଣସି ଆପତ୍ତି କିମ୍ବା ପ୍ରସ୍ତାବ ଉପରେ  ବିଚାର କରାଯିବା ପରେ ନଭେମ୍ବର ୩୦ରେ ଅନ୍ତିମ  ସୂଚୀ ଜାରି ହେବ । ପାକିସ୍ତାନର ଆଇନ ଅନୁସାରେ  ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବାର ୯୦ ଦିନ  ମଧ୍ୟରେ ସାଧାରଣ ନିର୍ବାଚନ କରାଯିବା କଥା ।  ଗତ ଅଗଷ୍ଟରେ ପାକ୍‌ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ  ହୋଇଥିଲା । ପାକିସ୍ତାନରେ ହେବାକୁ ଥିବା ଏହି  ନିର୍ବାଚନରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ  ଇମ୍ରାନ୍‌ ଖାନ୍‌ ଇଲେକ୍ସନ ଲଢ଼ିବା ସମ୍ଭାବନା ଏବେ  ଆହୁରି କ୍ଷୀଣ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.