ହରଭଙ୍ଗା,୨୨/୮ : ବୌଦ୍ଧ ଜିଲ୍ଲାର ପୁରୁଣାକଟକକୁ ଏନଏସି ଘୋଷଣାକୁ କେନ୍ଦ୍ର କରି ପୋଷ୍ଟର ପୋଡ଼ା ରାଜନୀତି ଦେଖାଦେଇଛି । ଏହି ଘଟଣା ଏବେ ଥାନାରେ ପହଞ୍ଚିବା ପରେ ପୋଲିସ କେଶ ନଂ ୧୨୯/୨୫ରେ ଏକ ମାମଲା ରୁଜୁ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଅରୁଣ ସିଂ ସୂଚନା ଦେଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବୌଦ୍ଧ ରାଜନୀତି ମହଲରେ ଏକ ଚର୍ଚ୍ଚାର ବିଷୟ ଦେଖାଦେଇଛି ।
ବୌଦ୍ଧ ବିଜେଡି କର୍ମୀମାନେ ରାଜରାସ୍ତା ଅବରୋଧ କରି କୁଶ ପୁତ୍ତଳିକାରେ ନିଆଁ ଲଗେଇବା ସହ ପ୍ରତିବାଦ କରିଥିଲେ । ସେପଟେ ପୁରୁଣାକଟକ ଥାନାରେ ଏ ନେଇ ବିଜେପି ମଣ୍ଡଳ ସଭାପତି ବିନୋଦ ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ଅଞ୍ଚଳର ବିଜେଡି ନେତା ଅବକାଶ ସାହୁ, ଗରୁଡ଼ ପ୍ରଧାନ, ପ୍ରତିଭା ସାହୁ, ଅଶୋକ ସେଠି, ଲିଟୁ ଦେହୁରୀଙ୍କ ସମେତ ଅନେକ ବିଜେଡି କର୍ମୀମାନଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ସମସ୍ତଙ୍କୁ ନୋଟିସ କରିଥିବା ଜଣାପଡ଼ିଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବିଜେଡି ବିଜେପି ମଧ୍ୟରେ ରାଜନୀତିରେ ତୁ ତୁ ମେ ମେ ଆରମ୍ଭ ହୋଇଯାଇଛି l