ଭୁବନେଶ୍ୱର,୧୮/୦୫: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଆଗାମୀ ବିସିସିଆଇ ଘରୋଇ କ୍ରିକେଟ୍ ସିଜନ ୨୦୨୬-୨୭ ପାଇଁ ପୂର୍ବତନ କ୍ରିକେଟ୍ର ପ୍ରଭଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ସିନିୟର ଦଳର ମୁଖ୍ୟ କୋଚ୍ ନିଯୁକ୍ତ କରିଛି । ସେ ପୂର୍ବରୁ ଓଡ଼ିଶା ୧୯ବର୍ଷରୁ କମ୍ ଦଳର ମୁଖ୍ୟ କୋଚ୍ ଥିଲେ । ତାଙ୍କ ଅଧିନରେ ଓଡ଼ିଶା ଦଳ ଭିନୁ ମଙ୍କଡ଼ ଟ୍ରଫି ୨୦୨୫-୨୬ ସିଜନରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା । ପୂର୍ବରୁ ସେ ୫ବର୍ଷ ଧରି ଓଡ଼ିଶା ସିନିୟର ଦଳର ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ ।
ସେହିପରି ଶାନ୍ତନୁ ଘୋଷ ଓଡ଼ିଶା କ୍ରିକେଟ୍ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସେ ଏବେ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଏଲିଟ୍ ଶିବିର (୧୯ବର୍ଷରୁ କମ୍ ବାଳକ)ରେ ସ୍ପିନ ବୋଲିଂ କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉଭୟ ପ୍ରଭଞ୍ଜନ ଓ ଶାନ୍ତନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକ ପଢ଼ନ୍ତୁ :- ଉମା ହେଲେ ପ୍ରଥମ ଓଡ଼ିଆ ମହିଳା ‘ଆଇରନ୍ମ୍ୟାନ’, ରାଜ୍ୟ ପାଇଁ ଆଣିଲେ ଗୌରବ