ଭୁବନେଶ୍ୱର,୧୮/୦୫: ଆମେରିକାର ଜାକସନଭିଲରେ ଆୟୋଜିତ ‘ଆଇରନ୍ମ୍ୟାନ୍ ’ ପ୍ରତିଯୋଗିତାରେ ୩.୮ କି.ମି ସନ୍ତରଣ, ୧୮୦ କି.ମି ସାଇକେଲ ଚାଳନା ଏବଂ ୪୨ କି.ମି ଦୌଡକୁ ୪୦ ବର୍ଷୀୟା ଉମା ହାଜରା ୧୬ ଘଣ୍ଟା ୫୩ ମିନିଟ୍ ୧୬ ସେକଣ୍ଡରେ ସମ୍ପନ୍ନ କରିଥିଲେ । ଏଥିସହ ସେ ‘ଆଇରନମ୍ୟାନ’ ହେବାର ଗୌରବ ଲାଭ କରିଛନ୍ତି ।
ଉମା ଭୁବନେଶ୍ୱରରେ ନିଜର ପ୍ରାରମ୍ଭିକ ଶିକ୍ଷା ପରେ ଆଇଟିଇଆରରୁ ଇଞ୍ଜିନିୟରିଂ ଏବଂ ପରେ ଇନ୍ଫୋସିସ୍ରେ ସଫ୍ଟୱେର ଇଞ୍ଜିନିୟର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏବେ ଆମେରିକାରେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଉମା ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ମଧ୍ୟ । ତାଙ୍କ ସ୍ୱାମୀ ବିଶ୍ୱଜିତ୍ ମିଶ୍ର ଏବଂ ୯ ବର୍ଷର ପୁଅ ଏହି ସଫଳତା ପାଇଁ ବେଶ ଖୁସି ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ :- MS Dhoni: ସରିଲା ୫ ବର୍ଷ...ଯାହା କହିଥିଲେ କରିବେ ଧୋନି, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ନେବେ କି ସନ୍ନ୍ୟାସ ?