ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ମାଝୀ

ନବରଙ୍ଗପୁର ୨୦/୩: ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ମାଝୀ । କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନବରଙ୍ଗପୁର ଜିଲ୍ଳାପାଳଙ୍କ ନିକଟରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୁଧବାର ଅପରାହ୍ନରେ ହଜାର ହଜାର ସମର୍ଥଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ପ୍ରଦୀପ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପଡ଼ୋଶୀ ରାଜ୍ଯ ଛତିଶଗଡ଼ର ରାଜ୍ୟ ଅବକାରୀ ମନ୍ତ୍ରୀ କବାସୀ ଲାକମା ମଧ୍ୟ ପ୍ରଦୀପ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ ।