ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ପଢିଲେ ଏତେ ଲମ୍ବା ନାମ,ଏହାପରେ ସଂସଦରେ ଆରମ୍ଭ ହୋଇଗଲା ହଙ୍ଗାମା

ନୂଆଦିଲ୍ଲୀ,୧୭।୬: ସୋମବାର ସଂସଦ ଭବରେ ସମସ୍ତ ନବ ନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଥିଲେ। ଭୋପାଳରୁ ବିଜେପି ସାଂସଦ ସ୍ବାଧୀ ପ୍ରଜ୍ଞା ସିଂହ ଠାକୁର କିନ୍ତୁ ଯେତେବେଳେ ଶପଥ ପାଠ କରିଥିଲେ ସେ ସମୟରେ ସଂସଦ ଭବନରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। ସ୍ବାଧୀ ପ୍ରଜ୍ଞା ଯେତେବେଳେ ଶପଥ ପାଠ କରିବା ଆରମ୍ଭ କରିଥିଲେ ସେତେବେଳେ ବିରୋଧୀ ଦଳ ନେତା ତାଙ୍କ ନାମକୁ ନେଇ ଆପତ୍ତି ପ୍ରକାଶ କରିଥିଲେ ଓ ହଙ୍ଗାମା କରିଥିଲେ। ସୂଚନା ଅନୁସାରେ ପ୍ରଜ୍ଞା ସିଂହ ଠାକୁର ସଂସ୍କୃତରେ ଶପଥ ପାଠ କରିଥିଲେ। ସେ ସଂସ୍କୃତରେ ନିଜ ନାମ ଉଚ୍ଚାରଣ କରିଥିଲେ। ବିରୋଧୀ ଦଳ ସେମାନଙ୍କର ବିରୋଧ କରିଥିଲେ ଓ କହିଥିଲେ ସେମାନେ କେବଳ ନିଜ ନାମର ଉଚ୍ଚାରଣ କରନ୍ତୁ।
ସ୍ବାଧୀ ପ୍ରଜ୍ଞା ସଂସ୍କୃତରେ କହିଥିଲେ ‘ମୁଁ ସ୍ବାଧୀ ପ୍ରଜ୍ଞା ସିଂହ ଠାକୁର ସ୍ବାମୀ ପୂର୍ଣ୍ଣଚେତନାନନ୍ଦ ଅଭଦ୍ଧେଶାନନ୍ଦ ଗିରି ଲୋକସଭା ସାଂସଦ ଭାବରେ ମୁଁ’ ସ୍ବାଧୀ ପ୍ରଜ୍ଞା ଏହା କହିବା ପରେ ବିରୋଧୀ ଦଳର କିଛି ନେତା ତାଙ୍କୁ ଅଟକାଇଥିଲେ। ଆଉ ଏହାପରେ ସେ ଅଟକି ମଧ୍ୟ ଯାଇଥିଲେ। ଉଲ୍ଲେଖନୀ୍ର ଯେ, ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବିଜେପିର ପ୍ରାର୍ଥୀ ହେବାପରେ ବିବାଦରେ ରହିଛନ୍ତି। ସେ ଗୋଟିଏ ପରେ ଗୋଟିଏ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ଖୁବ୍ ଚର୍ଚ୍ଚାରେ ରହିଥିଲେ।