ଭୁବନେଶ୍ୱର,୦୮/୧୨: ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଦୈନିକ ଖବର କାଗଜ ‘ପ୍ରମେୟ'  ଓ ‘ନ୍ୟୁଜ୍‌ ୭’ ଷ୍ଟଲ୍‌ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ  ହୋଇଯାଇଛି । ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର  ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି  ଷ୍ଟଲରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ  ପ୍ରକାଶିତ ‘ପ୍ରାଚୀନ’ ପୁସ୍ତକ ରଖାଯାଇଥିଲା । ‘ପ୍ରମେୟ’  ଖବର କାଗଜ, ସୋଆ ‘ପ୍ରାଚୀନ’ର ‘ସାରୋଳଦାସ  ମହାଭାରଥ’, ସୋଆ ପ୍ରକାଶିତ ଅନୁବାଦ ଗ୍ରନ୍ଥ ଓ  ସୋଫଲ ବକ୍ତୁତାମାଳାର କିଛି ପୁସ୍ତକ ବିକ୍ରୟ ହେବା  ସହିତ ଲୋକମାନଙ୍କୁ ବେଶ୍‌ ପସନ୍ଦ ଆସିଥିଲା ।  

ଗଣମାଧ୍ୟମ ସହିତ ସମ୍ପୃକ୍ତ ଅନେକ ବ୍ୟକ୍ତିବିଶେଷ  ଏଥିରେ ଯୋଗଦେଇ ଷ୍ଟଲ ବୁଲିଥିଲେ । ଷ୍ଟଲ  ଉଦ୍‌ଘାଟନର ପ୍ରଥମ ଦିନରେ ସମସ୍ତେ ଆସି ଅଭିନନ୍ଦନ  ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ୟୁରୋ  ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ଡିଜିଏମ  ଗଜେନ୍ଦ୍ର ଦାସ, ଏଜିଏମ୍‌ ରମାକାନ୍ତ ମଲ୍ଲିକ, ଆସିଷ୍ଟାଣ୍ଟ  ମ୍ୟାନେଜର ଚନ୍ଦ୍ରକାନ୍ତ ନନ୍ଦ, ପ୍ରସାର ବିଭାଗର ଅଧିକାରୀ,  ପ୍ରମେୟ ପରିବାର ଏବଂ ଶିକ୍ଷା ଓ ଅନୁସନ୍ଧାନର  କାର୍ଯ୍ୟକର୍ତ୍ତାଙ୍କ ସହିତ ବରିଷ୍ଠ ସାମ୍ବାଦିକ ଓ ମାନ୍ୟଗଣ୍ୟ  ବ୍ୟକ୍ତିମାନେ ଉପସ୍ଥିତ ରହି ଉଦ୍‌ଘାଟନୀ ଉତ୍ସବକୁ ସଫଳ  କରିଥିଲେ । ପୁସ୍ତକ ମହୋତ୍ସବରେ ଷ୍ଟଲ ପକାଇଥିବା  ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ  ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଓ ଆଇଏମ୍‌ଏସ୍‌ର ନିର୍ଦ୍ଦେଶକ  ପ୍ରଫେସର ଉପେନ୍ଦ୍ର ପାଢ଼ୀ ଷ୍ଟଲରେ ଯୋଗଦେଇ  ଶୁଭେଚ୍ଛା ଜଣାଇଥିଲେ । ବୁଧବାରଠୁ ‘ପ୍ରମେୟ’  ଷ୍ଟଲରେ ପ୍ରତିବର୍ଷ ଭଳି ପ୍ରତିଯୋଗିତା ଆୟୋଜିତ  ହେବା ସହିତ ପୁରସ୍କାର ବିତରଣ କରାଯିବ ।