ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

‘ପ୍ରମେୟ’, ‘ନ୍ୟୁଜ୍‌-୭’ର ରଜ ସେଲ୍‌ଫି-୨୦୨୫ ପ୍ରତିଯୋଗିତା; ୩୦ ଭାଗ୍ୟଶାଳୀଙ୍କୁ ଆକର୍ଷଣୀୟ ପୁରସ୍କାର

Published By : Prameya | June 23, 2025 8:53 AM

ଭୁବନେଶ୍ୱର,୨୩/୦୬: ପାଠକପାଠିକାଙ୍କ  ଅକୁଣ୍ଠ ଭଲପାଇବା ଓ ସମର୍ଥନ ଯୋଗୁ ‘ପ୍ରମେୟ’  ରାଜ୍ୟର ୧ ନମ୍ବର ଖବର କାଗଜ ମାନ୍ୟତା ପାଇଛି । ନ୍ୟୁଜ୍‌-୭ ମଧ୍ୟ ୨୦ ଲକ୍ଷରୁ ଅଧିକ  ଘରେ ପହଞ୍ଚିଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ  ‘ଗିଭିଂ ବ୍ୟାକ୍‌ ଟୁ ସୋସାଇଟି’ ମୂଳମନ୍ତ୍ରକୁ ନେଇ  ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌-୭’ ଅଗ୍ରସର । ଏହି  କ୍ରମରେ ଓଡ଼ିଆ ସଂସ୍କୃତି, ପର୍ବପର୍ବାଣି ଏବଂ  ପ୍ରକୃତ ଓଡ଼ିଆତ୍ୱକୁ ପ୍ରୋତ୍ସାହନ ଲାଗି କାର୍ଯ୍ୟକ୍ରମ ମାନ ଆୟୋଜନ ବୋଲି ସୁମା ରିୟଲ ମିଡିଆ  ପ୍ରାଇଭେଟ ଲିମିଟେଡ୍‌ (ଏସ୍‌ଆର୍‌ଏମ୍‌ପିଏଲ୍‌)ର  ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ ମାର୍କେଟିଂ)  ହିମାଂଶୁ ହୋତା କହିଛନ୍ତି ।  

‘ପ୍ରମେୟ’ ଓ ‘ନ୍ୟୁଜ-୭’ ପକ୍ଷରୁ ରିଲାଏନ୍ସ ସେଣ୍ଟ୍ରୋର ମିଳିତ ସହଯୋଗରେ ୪ର୍ଥ ରଜ ସେଲ୍‌ଫି ପ୍ରତିଯୋଗିତାର ୩୦ ଭାଗ୍ୟଶାଳୀ ବିଜେତାଙ୍କୁ ସ୍ଥାନୀୟ ସହିଦନଗର ସ୍ଥିତ ସେଣ୍ଟ୍ରୋ ଷ୍ଟୋରରେ ପୁରସ୍କୃତ କରାଯାଇଛି । ଏହି ଅବସରରେ ଏସ୍‌ଆର୍‌ଏମ୍‌ପିଏଲ୍‌ର ଗ୍ରୁପ ଡାଇରେକ୍ଟର ଶ୍ରୀ ହୋତା, ସେଣ୍ଟ୍ରୋ ପକ୍ଷରୁ ଜେନେରାଲ ମ୍ୟାନେଜର ସୁଶାନ୍ତ ପାତ୍ର, ନ୍ୟୁଜ-୭  ଡିଜିଏମ୍‌ ସିଦ୍ଧାର୍ଥ ରାୟ, ଡିଜିଏମ୍‌ ଜ୍ୟୋତିର୍ମୟ ପାଣିଗ୍ରାହୀ, ‘ପ୍ରମେୟ’ ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ, ଏଜିଏମ୍‌ ବିଶ୍ୱରୂପ ପରିଡ଼ା, ସିନିୟର ମ୍ୟାନେଜର ଅଜୟ କୁମାର ସାହୁ ଓ ସିନିୟର ମ୍ୟାନେଜର ଇନ୍ଦ୍ରଜିତ ଦାସ ପ୍ରମୁଖ  ଉପସ୍ଥିତ ରହି ବିଜେତାଙ୍କୁ ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ହୋତା କହିଲେ, ରଜ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ସେଣ୍ଟ୍ରୋ ସହ ମିଳିତ ହୋଇ ଏଭଳି ଅଭିନବ ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଉଛି । ‘ପ୍ରମେୟ’ ଏବଂ  ‘ନ୍ୟୁଜ୍‌ ୭’ ସର୍ବଦା ପ୍ରତିଭାଙ୍କୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଛି । ଏହା ଦ୍ୱାରା ସମାଜରେ ସୁଧାର ଆଣିବା ଦିଗରେ ପ୍ରଚେଷ୍ଟା  ଜାରି ରହିଛି । 

ସେଣ୍ଟ୍ରୋର ଜେନେରାଲ ଶ୍ରୀ ପାତ୍ର  କହିଥିଲେ, ରଜ ସେଲ୍‌ଫି ପ୍ରତିଯୋଗିତାର ସମସ୍ତ  ଭାଗ୍ୟଶାଳୀ ବିଜେତାଙ୍କୁ ଶୁଭେଚ୍ଛା । ଏହି ପ୍ରତିଯୋଗିତାକୁ ନେଇ ବେଶ  ଆଖିଦୃଶିଆ ଉତ୍ସାହ ପରିଲକ୍ଷିତ ହୋଇଛି । ରାଜ୍ୟର ଏହି ସ୍ୱତନ୍ତ୍ର ପର୍ବକୁ ପାଳନ କରିବା ଲାଗି  ‘ପ୍ରମେୟ’ ଏବଂ ‘ନ୍ୟୁଜ ୭’ ସହ ସହଭାଗିତାକୁ  ନେଇ ଅତ୍ୟନ୍ତ ଖୁସି । ଆଗକୁ ମଧ୍ୟ ଏହାକୁ ଆହୁରି  ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିବାକୁ ଉଦ୍ୟମ ଜାରି ରହିବ ।

‘ପ୍ରମେୟ’ ଓ ‘ନ୍ୟୁଜ-୭’ ପକ୍ଷରୁ  ଚଳିତ ମାସ ୪ରୁ ୧୪ ଯାଏ ୧୦ ଦିନ ଧରି  ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।  ପ୍ରତିଯୋଗୀମାନେ ପ୍ରତିଦିନ ୨୦୦ରୁ ୩୦୦  ସେଲ୍‌ଫି ପଠାଉଥିଲେ । ପ୍ରତିଦିନ ୩ ଜଣ  ଭାଗ୍ୟଶାଳୀ ସେଲ୍‌ଫି ବିଜେତାଙ୍କ ଫଟୋ ‘ପ୍ରମେୟ’ରେ ପ୍ରକାଶ ପାଉଥିଲା । 

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ସେଣ୍ଟ୍ରୋର ଡିପାର୍ଟମେଣ୍ଟ ମ୍ୟାନେଜର ନିଗମ  ବେହେରା, କାଳନ୍ଦୀ ରଣା, ଭକ୍ତକାନ୍ତ ପଣ୍ଡା, ରଞ୍ଜନ ସାହୁ, ସଞ୍ଜୀବ କୁମାର ଦାସ, ମଲ୍‌ ମ୍ୟାନେଜର  ସୁଧୀର କୁମାରଙ୍କ ସମେତ ଅନ୍ୟ ଅତିଥି,  ଅଭିଭାବକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କେପି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.