ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦୈନିକ ଖବର କାଗଜ ପ୍ରମେୟର ୧୩ତମ ସ୍ୱନକ୍ଷତ୍ର ଉତ୍ସବ: ‘ପ୍ରମେୟ’ ଜନ୍ମରୁ ସଂଘର୍ଷ କରିବା ଶିଖିଛି, ଜିତିବା ଜାଣିଛି...

Published By : Prameya | December 1, 2024 8:52 AM

ଭୁବନେଶ୍ୱର ୦୧/୧୨ (ଗୋପାଳକୃଷ୍ଣ ମହାପାତ୍ର,ସମ୍ପାଦକ): ସ୍ୱପ୍ନ ଓ ସଂଘର୍ଷର ଆଉ ଏକ ନୂଆ ବର୍ଷ । ଏକ ନୂଆ ଆରମ୍ଭ, ନୂଆ ସମ୍ଭାବନା।  ‘ପ୍ରମେୟ’ ଆଜି ଏମିତି ଏକ ବୈଶ୍ୱିକ ଆବହାୱା ଭିତରେ ତାର ତ୍ରୟୋଦଶ  ଜନ୍ମଦିନ ପାଳନ କରୁଛି, ଯେତେବେଳେ ଦେଶର ଅଧିକାଂଶ ଭାଗ ପ୍ରଦୂଷଣ ଭିତରେ ଶ୍ୱାସରୁଦ୍ଧ ଅବସ୍ଥାରେ ରହିଛନ୍ତି । ଦେଶ ଦେଶ ମଧ୍ୟରେ ବିବାଦ, ପରସ୍ପର ସନ୍ଦେହ  ଏବଂ ଯୁଦ୍ଧର ବାତାବରଣ । ପରିବେଶ ବିପନ୍ନ, ଜୀବଜଗତ ମଧ୍ୟ ବିନାଶ ପଥରେ । ଆମ  ରାଜ୍ୟରେ ଏକ ନୂଆ ଅଧ୍ୟାୟ, କିଛି ନୂଆ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି । ସଂଖ୍ୟା  ଗଣନାରେ ଏହି ତ୍ରୟୋଦଶ ବା ତେର ସଂଖ୍ୟାଟି ହେଉଛି "ଆସ୍ଥାର ପ୍ରତୀକ' । ତେଣୁ  ‘ପ୍ରମେୟ’ର ଏହି ତ୍ରୟୋଦଶ ଜନ୍ମଦିନରେ ଆମେ ସମସ୍ତଙ୍କ ଆସ୍ଥା ଜିଣିବା ସଂକଳ୍ପ ନେଉଛୁ । 

ବିନା ସଂଘର୍ଷରେ କୌଣସି ସଂକଳ୍ପ ପୂରଣ ହୁଏନାହିଁ । ‘ପ୍ରମେୟ’ ଜନ୍ମରୁ ସଂଘର୍ଷ  କରିବା ଶିଖିଛି, ଜିତିବା ଜାଣିଛି । ଏହି ନୂଆ ବର୍ଷର ଯାତ୍ରା ବି ସହଜ ହେବନାହିଁ ।  ଅନେକ କିଛି ନୂଆ କରିବାକୁ ହେବ । "ପ୍ରମେୟ’ର ପାଠକ ସବୁବେଳେ ଆମଠୁ କିଛି  ଅଲଗା ଚାହାନ୍ତି । ସେହି ଇଚ୍ଛାକୁ ସମ୍ମାନ  ଦେଇ ଆମେ କିଛି ନୂଆ ସ୍ତମ୍ଭ, ନୂଆ  ପୃଷ୍ଠା ଏବଂ ନୂତନ ଉପସ୍ଥାପନାର ଯୋଜନା ପ୍ରସ୍ତୁତ କରୁଛୁ । ଆଶା, ଆପଣମାନଙ୍କ ପସନ୍ଦ ହେବ । କିଛି ନୂଆ ପାଠକ ଗୋଷ୍ଠୀ ଆମ ସହିତ ଯୋଡ଼ି ହେଲେଣି । ଯଶସ୍ୱୀ  ତଥା ଚିନ୍ତାଶୀଳ ନୂତନ ଲେଖକଙ୍କୁ ମଧ୍ୟ ଆମେ ପାଇଛୁ। ପରିବର୍ତ୍ତନ ଅବଶ୍ୟ ହେବ । 

ଗତ ଜନ୍ମଦିନର ବାର୍ତ୍ତାରେ ଆମେ କହିଥିଲୁ, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମୁଦ୍ରିତ ଗଣମାଧ୍ୟମର ସ୍ଥିତିରେ ସୁଧାର ଆସିଛି । ପାଠକ ଫେରୁଛନ୍ତି ଖବରକାଗଜ  ପୃଷ୍ଠାକୁ । ନୂଆ ବର୍ଷର ଆରମ୍ଭରେ ଏହି ଉକ୍ତିଟି ଅଧିକ ପ୍ରମାଣସିଦ୍ଧ । ପାଠକ  ବୁଝି ସାରିଲେଣି ଯେ ଛାପା ଗଣମାଧ୍ୟମର ବିଶ୍ୱସନୀୟତା ଅନ୍ୟ ସବୁ ମାଧ୍ୟମ  ଠାରୁ ଅଧିକ । ଖବରକାଗଜ ଶିଳ୍ପ କେବେ ହାର୍‌ ମାନିବନି । 

ଆମ ପାଠକପାଠିକା, ଶୁଭେଚ୍ଛୁ, ବିଜ୍ଞାପନଦାତା ଏବଂ ବିତରକ ବନ୍ଧୁମାନଙ୍କର  ଆସ୍ଥା ଆମ ଉପରୁ କେବେ ବି ତୁଟିବ ନାହିଁ । ଜନ୍ମଦିନରେ ଆମେ ପ୍ରତିଶ୍ରୁତି ଦେଉଛୁ ।  ଆମେ ଆହୁରି କିଛି ନୂଆ କରିବୁ । ସକାରାତ୍ମକ ଆଭିମୁଖ୍ୟରୁ ପଛକୁ ହଟିବୁ ନାହିଁ । ଆଶୀର୍ବାଦ କାମନା କରୁଛି । ‘ପ୍ରମେୟ’ ପରିବାର ତରଫରୁ ଆପଣମାନଙ୍କୁ  ବିନମ୍ର ଅଭିବାଦନ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.