ଭୁବନେଶ୍ୱର,୨୯/୦୬: ବ୍ରିଟିଶ ଓ ଆଇରିଶ୍ ପାରା ବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ୍-୨୦୨୬ରେ ଓଡ଼ିଶାର ଷ୍ଟାର୍ ଖେଳାଳି ପ୍ରମୋଦ ଭଗତ ଡବଲ୍ ପଦକ ଜିତି ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍ ୩ରେ ସ୍ୱର୍ଣ୍ଣ ଏବଂ ମିକ୍ସଡ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ପୁରୁଷ ବର୍ଗ ଫାଇନାଲ୍ରେ ପ୍ରମୋଦ ସିଧାସଳଖ ୨୩-୨୧, ୨୧-୧୪ ଗେମ୍‌ରେ ନିଜ ଦେଶର ନିତେଶ କୁମାରଙ୍କୁ ପରାସ୍ତ କରିଥିଲେ । ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ୪୪ମିନିଟ୍ ସମୟ ଲାଗିଥିଲା । ସେହିପରି ମିକ୍ସଡ୍ ଡବଲ୍ସରେ ମନୀଷାଙ୍କୁ ସାଥୀ କରି ପ୍ରମୋଦ ବ୍ରୋଞ୍ଜ ଜିତିଥିଲେ ।