PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଦର୍ଶ ବିବାହ; ବିନା ବାଜା ରୋଷଣୀରେ ବରଯାତ୍ରୀ; ଗୋପୂଜନ ଓ ସାଧୁସନ୍ଥଙ୍କୁ ବନ୍ଦନା

କେନ୍ଦ୍ରାପଡା,୦୮/୦୩: କେନ୍ଦ୍ରାପଡ଼ା ବ୍ଲକ୍ ବାରୁଅ ଅଞ୍ଚଳର ପ୍ରସନ୍ନ ପରିଡା ଏକ ନିଆରା ବିବାହ କରି ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି। ବିବାହ ସମୟରେ ଗୋ ପୂଜନ ଓ ସାଧୁ ସନ୍ଥଙ୍କୁ ବନ୍ଦନା କରି ବାହା ବେଦିରେ ତାଙ୍କର ହାତଗଣ୍ଠି ପଡିଛିl ବିନା ବାଜା ବାଣ ରୋଷଣୀରେ ସେ ବିବାହ କରିବା ସହିତ ବରଯାତ୍ରୀ ଓ ଅତିଥିଙ୍କୁ ପ୍ରସାଦ ସେବନ କରାଇଛନ୍ତି। ତାଙ୍କ ମତରେ ସମ୍ପ୍ରତି ଉଗ୍ର ଆଧୁନିକତାର ପ୍ରଭାବରେ ସନାତନ ସଂସ୍କୃତି ଅବକ୍ଷୟମୁଖୀ ହୋଇପଡିଛି। ବିବାହ ପରି ଏକ ପବିତ୍ର ପରମ୍ପରାକୁ ଲୋକେ ନାନା ଆଡମ୍ବରରେ ପାଳନ କରିବା ସହିତ ପରିବେଶର ଅଶେଷ କ୍ଷତି ସାଧନ କରୁଛନ୍ତି।

ଉଚ୍ଚ ସ୍ଵରରେ ଡିଜେ ବଜାଇ ଧ୍ବନି ପ୍ରଦୂଷଣ କରିବା ଏବଂ ନିଶାସେବନ ଏବେ ବିବାହରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। କେବଳ ସେତିକି ନୁହେଁ ବିବାହ ଭୋଜିରେ ପଶୁ ହତ୍ୟା ପରି ପାପ ମଧ୍ୟ ଆମେ କରିବାକୁ ପଛାଉ ନାହାନ୍ତି। ଏଭଳି ପରିସ୍ଥିତିରେ ସମାଜକୁ ଏକ ବାର୍ତ୍ତା ଦେବା ପାଇଁ ବର ପ୍ରସନ୍ନ ଓ କନ୍ୟା ମିତା ଏହି ଆଦର୍ଶ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗୋପ ଛକ ସ୍ଥିତ କମଳ ଭବନରେ ଆଜି ଉଭୟ ବରକନ୍ୟା ପ୍ରଥମେ ଗୋପୂଜନ କରିଥିଲେ। ଗୋମାତାଙ୍କୁ ପୂଜା କରିବା ସହ ଆଶୀର୍ବାଦ ଲାଭ କରିଥିଲେ।

ପରେ ଆରମ୍ଭ ହୋଇଥିଲା ସାଧୁ ବନ୍ଦନା ଓ ସମ୍ବର୍ଦ୍ଧନା। ରାଜ୍ୟର ବିଭିନ୍ନ ମଠ ଓ ଧର୍ମାନୁଷ୍ଠାନରୁ ଆସିଥିବା ପ୍ରାୟ ୨୦ ଜଣ ସାଧୁଙ୍କୁ ବରକନ୍ୟା ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଶେଷରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଉପସ୍ଥିତ ବରଯାତ୍ରୀ ଓ ବନ୍ଧୁ ମାନଙ୍କୁ ପ୍ରସାଦ ଖୁଆଇ ଥିଲେ ବର ପରିବାର। ଏହି ନିଆରା ବିବାହ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।